ଓଡ଼ିଶାଲାଇଭ୍‌ ବ୍ୟୁରୋ

୫୦ ଦିନ ପରେ ଭୁବନେଶ୍ବରରୁ ନୂଆଦିଲ୍ଲୀକୁ ଗଡ଼ିଛି ସ୍ବତନ୍ତ୍ର ଟ୍ରେନ୍‌। ଆଜି ସକାଳ ୧୦ଟା ବେଳେ ଭୁବନେଶ୍ବର ରେଳ ଷ୍ଟେସନରୁ ଏହି ଟ୍ରେନ୍‌ ଯାତ୍ରା ଆରମ୍ଭ କରିଛି। ୫୪୫ ଜଣଙ୍କୁ ନେଇ ଏହି ଟ୍ରେନ୍‌ ଯାତ୍ରା କରିଛି।

ଷ୍ଟେସନ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ମାସ୍କ ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଥିଲା। ଟ୍ରେନ୍‌କୁ ପ୍ରଥମେ ବିଶୋଧନ କରାଯିବା ପରେ ଯାତ୍ରୀ ଟ୍ରେନରେ ଚଢ଼ିଥିଲେ।

ଆସନ୍ତାକାଲି ସକାଳ ୧୦ଟା୪୫ରେ ନୂଆଦିଲ୍ଲୀରେ ପହଞ୍ଚିବ ଟ୍ରେନ। ସେହିପରି ଆସନ୍ତକାଲି ସନ୍ଧ୍ୟା ୫ଟା୪୫ରେ ନୂଆଦିଲ୍ଲୀ ଛାଡ଼ିବ ଏବଂ ଶୁକ୍ରବାର ୫ଟା୨୫ରେ ଭୁବନେଶ୍ୱରରେ ପହଞ୍ଚିବ।

Comment