ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଲକଡାଉନର ସ୍ଥିତି ନିରୀକ୍ଷଣ କରିବା ପାଇଁ ଆଜି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍ ଅହମ୍ମଦ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି।

ଡିଆଇଜି ସଫିନ୍ ଆଜି ଓଡିଶା-ଆନ୍ଧ୍ର ସୀମାନ୍ତର କେରେଡ଼ା ଗ୍ରାମ ନିକଟରେ ପହଞ୍ଚି ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ୍ କରିଛନ୍ତି। ସୀମାନ୍ତରେ ରାଜ୍ୟ ପୁଲିସ ସହ ସିଆରପିଏଫ୍ ଯବାନମାନେ ମୂତୟନ ହୋଇଥିବାବେଳେ ତନଖି କରି ହିଁ ବିଭିନ୍ନ ଯାନ ଓ ଲୋକମାନଙ୍କୁ ଓଡ଼ିଶା ଭିତରକୁ ପ୍ରବେଶ କରାଯାଉଛି ବୋଲି ଡିଆଇଜି ସଫିନ୍ ଅହମ୍ମଦ କହିଛନ୍ତି।ସେହିପରି ପଡ଼ୋଶୀ ଆନ୍ଧ୍ରରୁ ଦାଦନ ଶ୍ରମିକମାନେ ଚାଲି ଆସୁଥିବାବେଳେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଓ ପୋଲିସ ସହାୟତାରେ କେରେଡ଼ା ହାଇସ୍କୁଲ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇ ସ୍ୱାସ୍ଥ୍ୟସେବା ସହ ଖାଇବା ଯୋଗାଇ ଦିଆଯାଉଛି । ୧୪ ଦିନ କ୍ୱାରେଣ୍ଟିନରେ ରଖାଯିବା ପରେ ଦାଦନ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଯାଉଛି ବୋଲି ଡିଆଇଜି ଅହମ୍ମଦ କହିଛନ୍ତି।

Comment