ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରିଷ୍ଠ ଆଇଏଏସ ଅଫିସର ମନୋଜ ଆହୁଜା ସେଣ୍ଟ୍ରାଲ ବୋର୍ଡ ଅଫ ସେକଣ୍ଡାରୀ ଏଜୁକେସନ ବା ସିବିଏସଇର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଅନିତା କରବାଲଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ଆହୁଜା ବର୍ତ୍ତମାନ ମୁସୋରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି। ଆହୁଜା ୧୯୯୯ ବ୍ୟାଚର ଆଇଏଏସ ଏବଂ ସେ ଓଡ଼ିଶା କ୍ୟାଡ଼ରର।

ଠିକ ସେହିଭଳି ତାଙ୍କ ପତ୍ନୀ ଆରତୀ ଆହୁଜାଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେ ପୂର୍ବରୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଥିଲେ।

Comment