ଓଡ଼ିଶାଲାଇଭ୍ ବ୍ୟୁରୋ

ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ରୁ…

  • ମହାବାତ୍ୟା ଅମ୍ପନକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।
  • ଏବେ ପାରାଦୀପଠାରୁ ମହାବାତ୍ୟା ଅମ୍ପନ ୪୮୦ କିଲୋମିଟର ଦୂରରେ ଅଛି।
  • ଏବେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ଅମ୍ପନ।
  • କାଲି ଅପରାହଣରୁ ସନ୍ଧ୍ୟା ମଧ୍ୟରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ମହାବାତ୍ୟା ଅମ୍ପନ।
  • ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ୧୫୫ରୁ ୧୮୫ କିଲୋମିଟର ପ୍ରତି ଘଣ୍ଟା ରହିବ।
  • ସ୍ଥଳଭାଗ ଛୁଇଁବା ପରେ ମହାବାତ୍ୟା ଅମ୍ପନ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷତି କରିବ।
  • ଓଡ଼ିଶାରେ ଆଜି ରାତିରୁ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଭାବ ରହିବ।

  • ଅମ୍ପନର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ।
  • ଦକ୍ଷିଣ ଓଡ଼ିଶାରେ ଏବେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବୋହୁଛି।
  • ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଚାନ୍ଦବାଲି ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା।
  • ବାତ୍ୟାର ପ୍ରଭାବ ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଉପରେ ଅଧିକ।
  • ଉତ୍ତର ଓଡ଼ିଶା ଉପକୂଳରେ ସର୍ବାଧିକ ୧୦୦ରୁ ୧୨୫ କିଲୋମିଟର ବେଗରେ ପବନ ବହିବ।
  • ଉପକୂଳିଆ ଅଞ୍ଚଳରୁ ସ୍ଥାନାନ୍ତର ପକ୍ରିୟା ଆରମ୍ଭ ହୋଇଛି।
  • ଏପର୍ଯ୍ୟନ୍ତ ୩୧ଟି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପଠାଯାଇଛି।

Comment