ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହିତ ପଶ୍ଚିମବଙ୍ଗ, ବିହାର, କେରଳ, କର୍ଣ୍ଣାଟକ ଆଦି ରାଜ୍ୟରେ ମଧ୍ୟ ବାତ୍ୟା ଅମ୍ପନର ପ୍ରଭାବ ପଡ଼ିବ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ଅମ୍ପନ ଏବେ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି। ଯାହାର ପ୍ରଭାବ ଏବେଠୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଅନୁଭୂତ ହେବାରେ ଲାଗିଲାଣି। ସମୁଦ୍ର ଅଶାନ୍ତ ରହିବା ସହିତ କିଛି କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ମଧ୍ୟ ହେବା ମଧ୍ୟ ଆରମ୍ଭ ହୋଇଯାଇଛି।amphan

ବାତ୍ୟା ଅମ୍ପନ ପଶ୍ଚିମବଙ୍ଗ ଓ ବାଂଲାଦେଶର ମଧ୍ୟବର୍ତ୍ତୀ ସୁନ୍ଦରବନ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ହେଲେ ଏହାର ପ୍ରଭାବ ଭାରତର ଅନେକ ରାଜ୍ୟ ଉପରେ ପଡ଼ିବ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆସାମ, କେରଳ, କର୍ଣ୍ଣାଟକ ଓ ବିହାରରେ ଏହାର ପ୍ରଭାବ ଦେଖିବାକୁ ମିଳିବ।ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍ କରିବା କାରଣରୁ ସେଠାକାର କୋଲକାତା, ହୁଗୁଳୀ, ହାୱଡା ଆଦି ଅଞ୍ଚଳ ପ୍ରଭାବିତ ହେବ।  ପଶ୍ଚିମ ମେଦିନୀପୁର ଓ ହୁଗୁଳି ଜିଲ୍ଲାରେ ପବନର ବେଗ ବଢ଼ିବ ବୋଲି ଅନୁମାନ କରାଯାଉଛି।

ସେହିପରି ବାତ୍ୟା ଅମ୍ପାନର ପ୍ରଭାବରେ ସିକିମ୍, ଆସାମ, ମେଘାଳୟ ଆଦି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲ୍ୟାଣ୍ଡଫଲ୍ କରିବା ପରେ ୨୧ ତାରିଖ ବେଳକୁ ଏହି ସବୁ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।

ଏହାବାଦ୍ କେରଳର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଆରମ୍ଭ ହୋଇଯାଇଛି। ଉପକୂଳବର୍ତ୍ତୀ ସହରମାନଙ୍କରେ ଜୋରରେ ପବନ ବୋହିବା ସହ ବର୍ଷା ମଧ୍ୟ ହେବା ଆରମ୍ଭ ହୋଇଯାଇଛି। ତା ସହିତ କର୍ଣ୍ଣାଟକ ଓ ବିହାରର କେତେକ ଅଞ୍ଚଳରେ ମଧ୍ୟ ବର୍ଷା ହୋଇଛି।

Comment