ଓଡ଼ିଶାଲାଇଭ୍ ବ୍ୟୁରୋ

Amphan-10 chudamaniବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼  ଅମ୍ପନ ଏବେ ଉଗ୍ରରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଯାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ଆରମ୍ଭ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ପବନ ବହିବା ସହିତ ସ୍ୱଳ୍ପ ଧରଣର ବର୍ଷା ମଧ୍ୟ ଆରମ୍ଭ ହୋଇଛି।

ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ ବର୍ତ୍ତମାନ ବାତ୍ୟା ଅମ୍ପନ ପାରାଦୀପଠାରୁ ଦକ୍ଷିଣରେ ୩୫୦ କିଲୋମିଟର ଦୂରରେ ରହିଛି। ସେହିଭଳି ଦୀଘାଠାରୁ ବର୍ତ୍ତମାନ ବାତ୍ୟା ଅମ୍ପନ ୫୧୦ କିଲୋମିଟର ଦୂରରେ ରହିଛି। ଯାହାର ପ୍ରଭାବରେ ଏବେଠାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ  ହୋଇଯାଇଛି। ସମୁଦ୍ରର ଜୁଆର ଅଶାନ୍ତ ଥିବାବେଳେ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି।

ଏହି ବାତ୍ୟା ଏବେ ବାଂଲାଦେଶଠାରୁ ୬୫୦ କିଲୋମିଟର ଦୂରରେ ରହିଥିବା ନେଇ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଏଥିସହ ୨୦ ତାରିଖ ଅପରାହଣ କିମ୍ବା ସନ୍ଧ୍ୟାବେଳକୁ ଏହା ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ ବୋଲି ସେ କହିଛନ୍ତି। ଲ୍ୟାଣ୍ଡଫଲ୍ କରିବା ସମୟରେ ସେଠାରେ ୧୫୫ରୁ ୧୮୫ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି।

ଉତ୍ତର ଓଡ଼ିଶାର ପ୍ରମୁଖ ଜିଲ୍ଲାଗୁଡ଼ିକ ଅମ୍ପନ କାରଣରୁ ବିଶେଷ କ୍ଷତିଗସ୍ତ ହେବ ବୋଲି କୁହାଯାଇଛି। ଯେଉଁ କାରଣରୁ ସେଠାରେ ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମକୁ ମୂତୟନ କରାଯାଇଛି। କେତେକ ଅଞ୍ଚଳରେ ଲୋକମାନଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ଅଞ୍ଚଳକୁ ପଠାଇ ଦିଆଯାଇଛି।

Comment