ଓଡ଼ିଶାଲାଇଭ୍ ବ୍ୟୁରୋ

amphan update

ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ରୁ…

  • ବାତ୍ୟା ଅମ୍ପନକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା।
  • ମହାବାତ୍ୟା ଅତିଭୀଷଣ ବାତ୍ୟାରେ ପରିଣତ ହୋଇସାରିଛି।
  • ଏବେ ପାରାଦୀପଠାରୁ ମହାବାତ୍ୟା ଅମ୍ପନ ୩୫୦ ଓ ଦୀଘାରୁ ୫୧୦ କିଲୋମିଟର ଦୂରରେ ଅଛି।
  • ୨୦ ତାରିଖ ଅପରାହ୍‌ଣରୁ ସନ୍ଧ୍ୟା ଭିତରେ ସ୍ଥଳଭାଗ ଛୁଇଁବ ଅମ୍ପନ।
  • ପଶ୍ଚିମବଙ୍ଗର ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ।
  • ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୬୫ରୁ ୧୮୫ କିଲୋମିଟର ରହିବ।
  • ସ୍ଥଳଭାଗ ଛୁଇଁବା ପରେ ମହାବାତ୍ୟା ଅମ୍ପନ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷତି କରିବ।
  • ଏହାର ପ୍ରଭାବରେ ଆଜି ଓଡ଼ିଶା ଉପକୂଳରେ ବର୍ଷା ପବନ ହେବ।
  • ୨୦ ତାରିଖ ସକାଳୁ ଓଡ଼ିଶା ଉପକୂଳରେ ପବନର ବେଗ ବଢ଼ିବ।
  • କାଲି ଦିନ ୧୨ଟାରୁ ୨ଟା ମଧ୍ୟରେ ଓଡ଼ିଶା ଅତିକ୍ରମ କରିବ ବାତ୍ୟା।
  • ବୁଲ୍‌ବୁଲ୍‌ ଯେଉଁ ଯେଉଁ ଅଞ୍ଚଳରେ କ୍ଷତି କରିଥିଲା ଅମ୍ପନ ସେହି ଅଞ୍ଚଳରେ କ୍ଷତି କରିବ।
  • ବୁଲବୁଲଠାରୁ ଏହାର ପବନ ବେଗ ଅଧିକ ରହିବ।
  • ୩୧ଟି ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ବିଭିନ୍ନ ଅଞ୍ଚଳରେ ପହଞ୍ଚି ସାରିଛନ୍ତି।
  • ଦକ୍ଷିଣ ଓଡ଼ିଶାରେ ଏବେ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବୋହୁଛି।
  • ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଚାନ୍ଦବାଲି ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା।
  • ବାତ୍ୟାର ପ୍ରଭାବ ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଉପରେ ଅଧିକ।
  • ଉତ୍ତର ଓଡ଼ିଶା ଉପକୂଳରେ ସର୍ବାଧିକ ୧୦୦ରୁ ୧୨୫ କିଲୋମିଟର ବେଗରେ ପବନ ବହିବ।
  • ଉପକୂଳିଆ ଅଞ୍ଚଳରୁ ସ୍ଥାନାନ୍ତର ପକ୍ରିୟା ଆରମ୍ଭ ହୋଇଛି।

Comment