ଓଡ଼ିଶାଲାଇଭ୍ ବ୍ୟୁରୋ

ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ରୁ…

  • ସମୁଦ୍ର ମଧ୍ୟରେ ଧୀରେଧୀରେ ଦୁର୍ବଳ ହେବାରେ ଲାଗିଛି ମହାବାତ୍ୟା ଅମ୍ପନ।
  • ସମୁଦ୍ର ମଧ୍ୟରେ ଏବେ ମହାବାତ୍ୟାର ରୂପ ନେଇ ସାରିଛି ବାତ୍ୟା ଅମ୍ପନ।
  • ବର୍ତ୍ତମାନ ପାରାଦୀପଠାରୁ ଦକ୍ଷିଣରେ ୫୨୦ କିଲୋମିଟର ଦୂରରେ ଅଛି ମହାବାତ୍ୟା ଅମ୍ପନ।
  • ପଶ୍ଚିମବଙ୍ଗର ଦୀଘାଠାରୁ ୬୭୦ କିଲୋମିଟର ଦୂରରେ ରହିଛି।
  • ସମୁଦ୍ର ଭିତରେ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ଅମ୍ପନ।
  • ମେ ୨୦ ତାରିଖ ଅପରାହଣରେ ବାତ୍ୟା ଅମ୍ପନ ସ୍ଥଳଭାଗ ଛୁଇଁବ।
  • ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ।
  • ଦୀଘାଠାରୁ ଓ ହାଟିଆ ଦ୍ଵୀପ ମଝିରେ ଥିବା ସୁନ୍ଦରବନ ନିକଟରେ ଏହା ସ୍ଥଳଭାଗ ଛୁଇଁପାରେ।
  • ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା।

  • ସମ୍ଭାବ୍ୟ ବାତ୍ୟା ପାଇଁ ମାଟ୍ରିକ୍ ଖାତା ଦେଖା ଅନିର୍ଦ୍ଦିଷ୍ଟ ସମୟ ପାଇଁ ଘୁଞ୍ଚିଲା।
  • ବାତ୍ୟାର ପ୍ରଭାବରେ ଗଞ୍ଜାମ, ଗଜପତି, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ହେବ।
  • ଆଜିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ।
  • ଉତ୍ତର ଓଡ଼ିଶାର ଛଅଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ସମ୍ଭାବନା।
  • କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।
  • ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟର ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି।
  • ଏହି ଜିଲ୍ଲାମାନଙ୍କୁ ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ମଧ୍ୟ ପଠାଯାଇଛି।
  • ଖାଦ୍ୟ ସାମଗ୍ରୀକୁ ନେଇ ଲୋକମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ନିତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି – ଏସଆରସି ପ୍ରଦୀପ ଜେନା
  • ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା କରାଯାଇଛି। ଡଙ୍ଗାକୁ ଭଲକରି ବାନ୍ଧି ରଖିବାକୁ ନିର୍ଦ୍ଦେଶ।

Comment