ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଯାଇଛି। ବିଶେଷକରି ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମାରେ ଥିବା ଦୀଘା ବେଳାଭୂମିରେ ଏହାର ପ୍ରଭାବ ପଡ଼ିଛି। ଗତକାଲି ଅପେକ୍ଷା ଆଜି ସମୁଦ୍ର ପାଣି ଗୋଳିଆ ହୋଇଯାଇଛି। ଏହାସହ ସମୁଦ୍ର ମଧ୍ୟ ଅଧିକ ଜୁଆରିଆ ରହିଛି।

ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରି ଆସିଛନ୍ତି। ମାଛ ଧରା ଡଙ୍ଗାକୁ ସୁରକ୍ଷିତ ସ୍ଥାନକୁ ନେଇ ଆସିଛନ୍ତି। ଦୀଘା ବେଳାଭୂମି ଏବେ ଶୂନଶାନ୍‌ ହୋଇଯାଇଛି। କେବଳ ପ୍ରଶାସନିକ ଅଧିକାରୀମାନେ ବେଳଭୂମିରେ ରହିଛନ୍ତି।

ଦୀଘା ସମୁଦ୍ର ତଟବର୍ତ୍ତି ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ଏଠାରେ ଥିବା ବିଭିନ୍ନ ହୋର୍ଡିଂକୁ ମଧ୍ୟ ଖୋଲାଯାଇଛି। ଲାଇଟ୍‌ ପୋଷ୍ଟକୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି।

ଆସନ୍ତାକାଲି ଅପରାହ୍‌ଣରୁ ସନ୍ଧ୍ୟା ଭିତରେ ଦୀଘା ଓ ହାତୀଆ ଦ୍ୱୀପ ମଝିରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବାକୁ ଥିବାରୁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି।

Comment