ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ଖୋର୍ଦ୍ଧା ଜିଲ୍ଲାରେ ୮୬ ହଜାର ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ ରଖାଯାଇଛି। ଜିଲ୍ଲାରେ ୮୫୫ଟି ବାତ୍ୟା ଆଶ୍ରୟ ସ୍ଥଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଏହାସହ ପ୍ରତି ବାତ୍ୟା ଆଶ୍ରୟ ସ୍ଥଳରେ ଜଣେ ଲେଖାଏଁ ନୋଡାଲ ଅଫିସର ଦାୟିତ୍ଵରେ ରହିବେ।

ଅନ୍ୟପକ୍ଷରେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଟିମ୍‌ ମଧ୍ୟ ମୁତୟନ କରାଯାଇଛି। ଗୋଟିଏ ଓଡ୍ରାଫ ଟିମ୍‌ ଚିଲିକାରେ ମୁତୟନ ହୋଇଥିବା ବେଳେ ଅନ୍ୟଟି ଜିଲ୍ଲା ମୁଖ୍ୟାଳୟରେ ରହିଛି। ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ପନ ଉତ୍ତର ଦିଗରେ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି। ଏହା ବର୍ତ୍ତମାନ ପାରାଦୀପଠାରୁ ୪୮୦ କିଲୋମିଟର ଦୂରରେ ରହିଛି। ଏହାସହ ପଶ୍ଚିମବଙ୍ଗଠାରୁ ୬୩୦ କିଲୋମିଟର ଦୂରରେ ରହିଛି ମହାବାତ୍ୟା। ୨୦ ତାରିଖ ଅପରାହ୍‌ଣରେ ଏହା ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ।

ଏହାର ଅଧିକ ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ବୋଲି ଆଇଏମ୍‌ଡି ପକ୍ଷରୁ ସୂଚନା ମିଳିଛି। ହେଲେ ଉତ୍ତର ଓଡ଼ିଶା ଜିଲ୍ଲା ଜଗତସିଂହପୁର, ଭଦ୍ରକ, ବାଲେଶ୍ଵର ଓ କେନ୍ଦ୍ରାପଡ଼ାରେ ଏହା କିଛି ମାତ୍ରାରେ ପ୍ରଭାବ ପକାଇବ।

Comment