ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଦିନ ୨.୩୦ରୁ ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହି ପ୍ରକ୍ରିୟା ୪ ଘଣ୍ଟା ଧରି ଚାଲିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ଵାସ।

ବାତ୍ୟାର ବାହ୍ୟ ଅଂଶ ଏବେ ପଶ୍ଚିମବଙ୍ଗରେ ପ୍ରବେଶ କରୁଥିବାର ସୂଚନା। ଏହା ୪ ଘଣ୍ଟା ମଧ୍ୟରେ ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ। ଲ୍ୟାଣ୍ଡଫଲ୍‌ କଲା ବେଳକୁ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ।

ଏହାର ପ୍ରଭାବରେ ବାଲେଶ୍ଵର ଜିଲ୍ଲାରେ ମଧ୍ୟ ବର୍ଷା ଲାଗି ରହିଛି। ଏହାସହ ପବନର ବେଗ ମଧ୍ୟ ବଢୁଛି। ସନ୍ଧ୍ୟା ପର୍ଯ୍ୟନ୍ତ ବାଲେଶ୍ଵରରେ ମଧ୍ୟ ପବନର ବେଗ ଅଧିକ ରହିବ। ଏହାସହ ବାଲେଶ୍ଵରରେ ଅନେକ କ୍ଷୟକ୍ଷତି ହେବାର ମଧ୍ୟ ଆକଳନ କରାଯାଉଛି।

Comment