ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାରାଦୀପଠାରୁ ଧିରେ ଧିରେ ଦୂରେଇ ଯାଉଛି ବାତ୍ୟା ଅମ୍ପନ। ବର୍ତ୍ତମାନ ପାରାଦୀପଠାରୁ ୧୫୦ କିଲୋମିଟର ଦୂରରେ ରହିଛି ବାତ୍ୟା। ପାରାଦୀପଠାରୁ ଦୂରେଇ ଏହା ଏବେ ପଶ୍ଚିମବଙ୍ଗର ଦୀଘା ମୁହାଁ ହୋଇଛି। ଏହାସହ ଅମ୍ପନ ପ୍ରଭାବରେ ବାଲେଶ୍ଵର, ଭଦ୍ରକ ଜିଲ୍ଲାରେ ଏବେ ପବନର ବେଗ ବଢ଼ିବାରେ ଲାଗିଛି।

ପାରାଦୀପରେ ଆଜି ସର୍ବାଧିକ ୧୦୬ କିଲୋମିଟର ବେଗରେ ପବନ ରେକର୍ଡ କରାଯାଇଛି। ବର୍ତ୍ତମାନ ପବନର ବେଗ କମି ୮୯ କିଲୋମିଟର ହୋଇଥିବା ସୂଚନା ମିଲିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଅମ୍ପନ ଯୋଗୁଁ କିଛି ତଳିଆ ଅଞ୍ଚଳରେ ପାଣି ପସିବା ସହ ଗଛ ଭାଙ୍ଗି ଥିବା ଦେଖାଯାଇଛି।

ଏବେ ଅମ୍ପନର ପ୍ରଭାବ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ପଡ଼ିଛି। ଏଠାରେ ଧିରେ ଧିରେ ପବନର ବେଗ ବଢୁଛି। ଧାମରାରେ ମଧ୍ୟ ସମୁଦ୍ର ଅଶାନ୍ତ ଥିବା ଦେଖାଯାଇଛି। ବାଲେଶ୍ଵରରେ ପବନର ବେଗ ୧୦୦ରୁ ୧୨୫ କିଲୋମିଟର ବେଗରେ ରହିବ।

ଆଜି ସନ୍ଧ୍ୟା ୬ଟାରେ ବାତ୍ୟା ଅମ୍ପନ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍‌ କରିବ। ଲ୍ୟାଣ୍ଡଫଲ୍‌ କଲା ବେଳେ ପବନର ବେଗ ଘଣ୍ଟା ପ୍ରତି ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ। ଏହାସହ ଅନେକ କ୍ଷୟକ୍ଷତିର ମଧ୍ୟ ଆକଳନ କରାଯାଉଛି।

Comment