ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରବନରେ ସ୍ଥଳଭାଗ ପାର ହେଲା ବାତ୍ୟା ଅମ୍ପନ। ବଙ୍ଗୋପାସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଏବେ ସ୍ଥଳଭାଗ ଛୁଇଁବା ସହ ସୁନ୍ଦରବନ ପାର କରିଛି। ସୁନ୍ଦରବନ ପାର୍ କରିବା ସମୟରେ ସେଠାରେ ପବନର ବେଗ ୧୫୫ରୁ ୧୬୫ ଥିବା ନେଇ ସୂଚନା ରହିଛି।

ଅମ୍ପନ ଏହି ଲ୍ୟାଣ୍ଡଫଲ୍ ପକ୍ରିୟା ସାରିବାକୁ ପ୍ରାୟ ୪ ଘଣ୍ଟା ସମୟ ନେଇଥିଲା। ଲ୍ୟାଣ୍ଡଫଲ୍ ସାରିବା ପରେ ଅମ୍ପନ ଏବେ ସ୍ଥଳଭାଗରେ ଆଗକୁ ବଢ଼ିଚାଲିଛି।

ପାଣିପାଗ ବିଭାଗର ପୂର୍ବ ସୂଚନା ଅନୁସାରେ ବାତ୍ୟା ଅମ୍ପନ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି କୁହାଯାଇଥିଲା। ସୂଚନା ମୁତାବକ ବାତ୍ୟାଟି ସେହି ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିଛି।

ବାତ୍ୟା ଅମ୍ପନର ପ୍ରଭାବ ଉତ୍ତର ଓ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି। ବିଶେଷକରି ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକମାନେ ଏଥିରେ ପ୍ରଭାବିତ ହୋଇଛନ୍ତି।

Comment