ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଅପରାହଣ ୪ଟାରୁ ବାତ୍ୟା ଅମ୍ପନର ଲ୍ୟାଣ୍ଡଫଲ୍ ପକ୍ରିୟା ଆରମ୍ଭ ହୋଇଯିବ। ଏହି ପକ୍ରିୟା ପ୍ରାୟତଃ ୨ ଘଣ୍ଟା ଧରି ଚାଲିବ। ଏନେଇ ଏବେ ତାଜା ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ୱାସ।

ସେ କହିଛନ୍ତି ଯେ, ପାରାଦୀପଠାରୁ ଏବେ ବାତ୍ୟା ଅମ୍ପନ ୧୫୦କିଲୋମିଟର ଦୂରକୁ ଗଲାଣି। ଯାହା ଫଳରେ ଏବେ ସେଠାରେ ପବନର ପରିମାଣ କମ୍ ହେଉଛି। ତେବେ ଅମ୍ପନ ଏବେ କିନ୍ତୁ ପଶ୍ଚିମବଙ୍ଗର ଦୀଘା ନିକଟବର୍ତ୍ତୀ ହେଉଛି। ଏବେ ଦୀଘାଠାରୁ ବାତ୍ୟା ଅମ୍ପନ ମାତ୍ର ୯୫ କିଲୋମିଟର ଦୂରରେ ରହିଛି। ତେଣୁ ସେଠାରେ ଜୋରରେ ପବନ ବୋହିବା ସହ ବର୍ଷା ଆରମ୍ଭ ହୋଇଯାଇଛି।

ବାତ୍ୟା ଅମ୍ପନ ପଶ୍ଚିମବଙ୍ଗ ଓ ବାଂଲାଦେଶର ମଧ୍ୟବର୍ତ୍ତୀ ସୁନ୍ଦରବନଠାରେ ଦିନ ୪ଟାରେ ଲ୍ୟାଣ୍ଡଫଲ୍ କରିବା ଆରମ୍ଭ କରିବ। ଏହି ଲ୍ୟାଣ୍ଡଫଲ୍ ପକ୍ରିୟା ସେଠାରେ ୨ ଘଣ୍ଟା ଧରି ଚାଲିବ। ସେ ସମୟରେ ସେଠାରେ ବ୍ୟାପକ କ୍ଷତି ହେବ ବୋଲି ସେ କହିଛନ୍ତି। ତେବେ ଏହା ପରେ ସେଠାରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ହୋଇଯିବ ବୋଲି ସେ କହିଛନ୍ତି।

Comment