ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଅମ୍ପନ ଆଜି ସନ୍ଧ୍ୟା ୬ଟା ବେଳକୁ ଲ୍ୟାଣ୍ଡଫଲ୍ କରିବ। ପଶ୍ଚିମବଙ୍ଗ ଓ ବାଂଲଦେଶ ମଧ୍ୟରେ ଥିବା ସୁନ୍ଦରବନ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିବ। ଏନେଇ ଏବେ ତାଜା ସୂଚନା ଦେଇଛନ୍ତି ଆଇଏମଡି ସାଇକ୍ଲୋନ୍ ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଆର୍. କେ ଜେନାମଣି।

ପାରାଦୀପଠାରୁ ଏବେ ବାତ୍ୟା ଅମ୍ପନ ୧୨୦ କିଲୋମିଟର ଦୂରରେ ଅଛି। ପାରାଦୀପଠାରୁ ବାତ୍ୟା ଅମ୍ପନର ତୀବ୍ରତା ଧୀରେ ଧୀରେ କମ ହେଉଛି। ଏବେ ବାଲେଶ୍ୱର ଜିଲ୍ଲାରେ ତୀବ୍ରତା ବଢ଼ିବା ସହିତ ପବନର ବେଗରେ ବୃଦ୍ଧି ଘଟିବ ବୋଲି ସେ କହିଛନ୍ତି।

ବର୍ତ୍ତମାନର ତାଜା ଖବର ଅନୁଯାୟୀ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଜିଲ୍ଲା ଉପରେ ଏହାର ଅଧିକ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି।

Comment