ଓଡ଼ିଶାଲାଇଭ୍‌ ବ୍ୟୁରୋ

amphan update

ଆସୁଛି ବାତ୍ୟା ଅମ୍ପନ। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ପନ ଅପ୍‌ଡେଟ୍‌ @2pmରୁ…

  • ବାତ୍ୟା ଅମ୍ପନକୁ ନେଇ ତାଜା ଅପଡେଟ୍ ଦେଲେ ଆଇଏମଡି ସାଇକ୍ଲୋନ୍ ୱାର୍ଣ୍ଣିଂ ବିଭାଗର ମୁଖ୍ୟ ଆର୍. କେ ଜେନାମଣି।
  • ଆଜି ସନ୍ଧ୍ୟା ୬ଟା ବେଳକୁ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ।
  • ଧୀରେ ଧୀରେ ପାରାଦୀପଠାରୁ ଦୂରୋଉଛି ବାତ୍ୟା।
  • ଆଗକୁ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଉପରେ ଅଧିକ ପ୍ରଭାବ ପଡ଼ିବ।
  • ପାରାଦୀପରେ ସର୍ବାଧିକ ୧୦୬ କିଲୋମିଟର ପ୍ରତି ଘଣ୍ଟାର ପବନ ରେକର୍ଡ କରାଯାଇଛି।
  • ଏବେ ପାରାଦୀପରେ ପବନର ବେଗ ଘଣ୍ଟାପ୍ରତି ୮୭ କିଲୋମିଟର ରହିଛି।
  • ବାଲେଶ୍ଵରରେ ପବନର ବେଗ ୧୦୦ରୁ ୧୨୫ କିଲୋମିଟର ପ୍ରତି ଘଣ୍ଟା ରହିପାରେ।
  • ଘଣ୍ଟାକୁ ୧୪ କିଲୋମିଟର ବେଗରେ ଗତି କରୁଛି ଅମ୍ପନ।

  • ଏପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।
  • ଆଜି ୪ଟା ପରେ ଭୋଗରାଇ ଦେଇ ଅତିକ୍ରମ କରିବ ବାତ୍ୟା।
  • ଲ୍ୟାଣ୍ଡଫଲ୍ ପରେ କୋଲାକାତା ପାଖରେ ଉତ୍ତର, ଉତ୍ତର-ପୂର୍ବ ଦିଗକୁ ଗତି କରିବ।
  • ଅମ୍ପନ ପ୍ରଭାବରେ ଓଡ଼ିଶାରେ ଲାଗି ରହିଛି ବର୍ଷା, ପବନ।
  • ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର।
  • ପାରାଦୀପରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ବର୍ଷା, ପବନ ରେକର୍ଡ।
  • ପାରାଦୀପରେ ୧୯୬ ମିଲିମିଟର ବର୍ଷା।
  • ଭୁବନେଶ୍ୱରରେ ୪୫ରୁ ୫୬ କିଲୋମିଟର ବେଗରେ ବହୁଛି ପବନ।
  • ବାଲେଶ୍ୱର ଭୋଗରାଇ ଅଞ୍ଚଳରେ ରାତି ୩ଟା ପରଠରୁ ବର୍ଷା, ପବନ।
  • ବାଲେଶ୍ୱର ଉଦୟପୁର ପାଖ ସମୁଦ୍ରରେ ଆସିଲା ଉଚ୍ଚ ଜୁଆର, ଲୋକେ ଛାନିଆ।

Comment