ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନର ପ୍ରଭାବରେ ଜଗତସିଂହପୁର, ପାରାଦୀପରେ ହୋଇଛି ବ୍ୟାପକ କ୍ଷୟକ୍ଷତି। ଜଗତସିଂହପୁର ଏରସମା, କୁଜଙ୍ଗ, ବାଲିକୁଦା ସମେତ ପାରାଦୀପରେ ଅନେକ ସ୍ଥାନରେ  ବଡ଼ ବଡ଼ ଗଛ ସବୁ ଭାଙ୍ଗି ଯାଇଛି। ଚାଳଛପର ସବୁ ଉଡ଼ିଯିବା ସହିତ ବହୁ ମାଟି ଘର ଭାଙ୍ଗିଯାଇଛି। ସେହିପରି ଏରସମା ଢିଙ୍କିଆରେ ୫୦ରୁ ଅଧିକ ପାନ ବରଜ ଭାଙ୍ଗି ମାଟିରେ ଲୁଟିଛି।

ବିଦ୍ୟୁତ ତାର ଛିଣ୍ଡିବା ଯୋଗୁଁ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ୩ଟି ଏନ୍‌ଡିଆରଏଫ୍, ୪ଟି ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୧୫ଟି ଟିମ୍‌ ପବନର ପ୍ରକୋପ କମିବା ପରେ ତୁରନ୍ତ ସଫେଇ ପୁନରୁଦ୍ଧାର କାମ ଆରମ୍ଭ କରିଥିଲେ।

ବାତ୍ୟା ପୂର୍ବରୁ ଜିଲ୍ଲାର ଉପକୂଳ ଅଞ୍ଚଳରୁ ମୋଟ ୧୬ ହଜାର ୮ ଶହ ୪୦ ଲୋକଙ୍କୁ ୯୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଥିଲା ପ୍ରଶାସନ। ଗତକାଲି ପାରାଦୀପରେ ସର୍ବାଧିକ ୨୫୦ ମିଲିମିଟର ବର୍ଷା ହୋଇଥିଲା ବେଳେ ୧୦୬ କଲୋମିଟର ବେଗରେ ପବନ ବହିଥିଲା।

Comment