ଓଡ଼ିଶାଲାଇଭ୍ ବ୍ୟୁରୋ

Amphan animal health camp

ବାତ୍ୟା ଅମ୍ପନର ପ୍ରଭାବ ମଣିଷର ଧନଜୀବନ ସହ ପଶୁମାନଙ୍କ ଉପରେ ମଧ୍ୟ ପଡ଼ିଛି। ଏନେଇ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଏବଂ ବାସୁଦେବପୁର ବ୍ଲକ୍ ଅଧୀନରେ ଚାଲିଛି ପଶୁ ଚିକିତ୍ସା ଶିବିର। ଏହି ଶିବିର ମୋବାଇଲ୍ ଭେଟେରିନାରୀ ୟୁନିଟ୍ ଦ୍ୱାରା କାର୍ଯ୍ୟକାରୀ ହେଉଛି।

ଏଠାରେ ମହାବାତ୍ୟା ଅମ୍ପନ ଦ୍ୱାରା ପ୍ରଭାବିତ ହୋଇଥିବା ପଶୁଗୁଡ଼ିଙ୍କର ଚିକିତ୍ସା କରାଯିବା ସହ ଆବଶ୍ୟକୀୟ ଓୌଷଧ ମଧ୍ୟ ପ୍ରଦାନ କରାଯାଉଛି। ବାତ୍ୟା ଅମ୍ପନ ପାଇଁ ଏହି ଦୁଇଟି ବ୍ଲକରେ ହାଇ ଆଲର୍ଟ ଜାରି କରାଯାଇଥିଲା।

Amphan animal health camp

ମୋବାଇଲ୍ ଭେଟେରିନାରୀ ୟୁନିଟ୍ ହେଉଛି ଜାତୀୟ କୃଷି ବିକାଶ ଯୋଜନା ଅଧୀନରେ କାର୍ଯ୍ୟ କରୁଥିବା ସଂସ୍ଥା। ଓଡ଼ିଶାର ୩୧୪ଟି ବ୍ଲକରେ ଏହି ସଂସ୍ଥା ମାଧ୍ୟମରେ ପଶୁମାନଙ୍କୁ ସେବା ପ୍ରଦାନ କରାଯାଉଛି।

Comment