ଓଡ଼ିଶାଲାଇଭ୍‌ ବ୍ୟୁରୋ

corona testକେନ୍ଦ୍ରାପଡା ଜିଲ୍ଲାରେ କରୋନା ଆକ୍ରାଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ସଂଖ୍ୟା ବଢି ଆଜି ୪୬ରେ ପହଞ୍ଚିଛି। ମାତ୍ର ୭ ଜଣ ସୁସ୍ଥ ହୋଇଥିବା ବେଳେ ୩୯ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଆଜି ଯେଉଁ ୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଡେରାବିଶ ବ୍ଲକରୁ ୩ ଜଣ, କେନ୍ଦ୍ରାପଡା ବ୍ଲକରୁ ଜଣେ, ରାଜନଗର ବ୍ଲକରୁ ଜଣେ ଓ ରାଜକନିକା ବ୍ଲକରୁ ଜଣେ ଅଛନ୍ତି। ଏମାନେ ସୁରତ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ କେନ୍ଦ୍ରାପଡା ଜିଲ୍ଲାକୁ ଆସିଛନ୍ତି। ସଙ୍ଗରୋଧ କେନ୍ଦ୍ରମାନଙ୍କରେ ଏମାନେ ରହୁଥିଲେ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏଣୁ ଜିଲ୍ଲାବାସୀ କୌଣସି ଆତଙ୍କିତ ହେବା ଉଚିତ ନୁହଁ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି।

ଜିଲ୍ଲାରେ ମିଳିଥିବା ଏହି ପଜିଟିଭ୍ ମାନଙ୍କ ମଧ୍ୟରୁ ପ୍ରଥମ ଦୁଇଜଣ ଦୁବାଇ ଓ କଲିକତାରୁ ଫେରି ନିଜ ଘରେ ରହୁଥିବା ବେଳେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତେ  ନେଗେଟିଭ୍ ଥିବା ପରୀକ୍ଷଣରୁ ଜଣାପଡିଥିଲା। ଆଉ ଜଣେ ଆଳି ଅଞ୍ଚଳର ଲୋକ କଲିକତାରେ ରହି ଆକ୍ରାନ୍ତ ହୋଇ ସିଧାସଳଖ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପହଞ୍ଚି ପଜିଟିଭ୍ ଚିହ୍ନଟ ହୋଇଥିଲେ। ଅନ୍ୟମାନେ ସମସ୍ତେ ପ୍ରବାସୀ ଶ୍ରମିକ। ବିଭିନ୍ନ ସରକାରୀ ସଙ୍ଗରୋଧ କେନ୍ଦ୍ରମାନଙ୍କରେ ରହୁଥିଲେ।

Comment