ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଭୋଗଡା ଗାଁରେ ବୋମା ମାଡ଼। ଗୋଟିଏ ପରିବାର ଉପରକୁ ଏହି ବୋମା ମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୋମବାର ବିଳମ୍ଵିତ ରାତିରେ ଏହି ବୋମା ମାଡ଼ ହୋଇଛି। ଏଥିରେ ଗୋଟିଏ ପରିବାରର ବାପା, ମା’ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ବୋମା ମାଡ଼ ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ୧୦ରୁ ଅଧିକ ଦୁର୍ବୃତ୍ତ ସାମିଲ ଥିବା କୁହାଯାଉଛି।

ପରେ ଘଟଣାସ୍ଥଳରେ ବାଘମାରୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଯାଏଁ ଦୁର୍ବୃତ୍ତଙ୍କ ପତ୍ତା ମିଳି ନଥିବା ବେଳେ ବୋମା ମାଡ଼ର କାରଣ ଟଙ୍କା ଓ ସୁନା ଗହଣା ଲୁଟ୍‌ ହୋଇପାରେ ବୋଲି ଅନୁମାନ କରାଯାଉଛି।

Comment