ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜର୍ମାନୀର ନାଁ ତ ଆପଣ ଶୁଣିଥିବେ, ଯାହାର ଏକଛତ୍ରବାଦୀ ଶାସକ ହିଟଲର ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧର ସୂତ୍ରଧର ସେ ହିଁ ଥିଲେ। ଯଦିଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହି ଦେଶ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇଥିଲା, କିନ୍ତୁ ଆଜି ଏହା ୧୦ଟି ଶକ୍ତିଶାଳୀ ଦେଶ ମଧ୍ୟରେ ଗଣା ହେଉଛି। ହେଲେ ଏହି ଦେଶରେ ଏମିତିକି କିଛି ରୋଚକ କଥା ରହିଛି ଯାହା ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ।

ଜର୍ମାନୀ ହେଉଛି ଏକ ଏମିତି ଦେଶ ଯେଉଁଠାରେ ଫୋନକୁ ନେଇ ବି ଗୋଟିଏ ମଜା କଥା ରହିଛି। ଏଠି ଯେତେବେଳେ କେହି କାହାକୁ ଫୋନ୍‌ କରନ୍ତି ସେତେବେଳେ ହାଲୋ କହିବା ବଦଳରେ ସିଧା ନିଜ ନାଁ କହି କଥା ହୋଇଥାନ୍ତି।

ଆପଣ ହାଇ ଓ୍ୱେରେ ଯେତେ ସ୍ପିଡରେ ବି ଗାଡ଼ି ଚଳାଇଲେ ଏଥିପାଇଁ କିଛି ଦଣ୍ଡ ନାହିଁ।  କିନ୍ତୁ ଯଦି ଆପଣଙ୍କ ଗାଡ଼ିର ତେଲ ରାସ୍ତା ମଝିରେ ସରିଯାଏ  ତେବେ ଏହା ଅପରାଧ ବୋଲି ଧରାଯାଏ। ଏଥିପାଇଁ ଆପଣଙ୍କୁ ଦଣ୍ଡ ଦିଆଯାଇପାରେ କିମ୍ବା ଜରିମାନା ମଧ୍ୟ କରାଯାଇପାରେ।

ସାଧାରଣତଃ ଭାରତ ସମେତ ଅନେକ ଦେଶରେ ଲୋକମାନେ ନିଜ ଜନ୍ମଦିନର ଶୁଭେଚ୍ଛା ସମୟ ପୂର୍ବରୁ ଜଣାଇଥାନ୍ତି। କିନ୍ତୁ ଜର୍ମାନୀରେ ଏହାକୁ ବ୍ୟାଡଲକ୍ ଭାବରେ ବିବେଚନା କରାଯାଏ। ଏଠାରେ ଲୋକମାନେ କେବଳ ଜନ୍ମଦିନରେ କାହାକୁ ଅଭିନନ୍ଦନ ଦେଇଥାନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସର୍ବାଧିକ ପୁସ୍ତକ ପ୍ରକାଶ କରୁଥିବା ଦେଶ ତାଲିକାରେ ଜର୍ମାନୀ ମଧ୍ୟ ଅନ୍ତର୍ଭୂକ୍ତ ହୋଇଛି। ପ୍ରତିବର୍ଷ ଏଠାରେ ୯୪ ହଜାରରୁ ଅଧିକ ପୁସ୍ତକ ପ୍ରକାଶିତ ହୁଏ।

Comment