ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହର ରାଣୀଗୁଡ଼ା ଅଞ୍ଚଳର ଝିଅ ପ୍ରିତିପ୍ରଭା ସାହୁ ଯୁବ ବିଜ୍ଞାନୀ ଭାବେ ଜର୍ମାନୀରେ ଗବେଷଣା କରିବା ପାଇଁ ମନୋନୀତ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେଜଣେ ମାତ୍ର ଛାତ୍ରୀ ଭାବେ ପ୍ରିତି ଏହି ସଫଳତା ହାସଲ କରିଛନ୍ତି। ସେ ଜର୍ମାନୀର ମ୍ୟୁନିକ ସହରର ଏଲଏମୟୁ  ବିଶ୍ଵବିଦ୍ୟାଳୟରେ ପିଏଚ୍‌ଡି କରିବେ।

ରାୟଗଡ଼ା ସହରର ରାଣୀଗୁଡ଼ା ଅଞ୍ଛଳ ବାସିନ୍ଦା ପ୍ରଭାକର ସାହୁଙ୍କ ଝିଅ ପ୍ରିତିପ୍ରଭା। ପିଲାଟି ଦିନରୁ ସେ ପାଠପଢ଼ାରେ ସଫଳତାର ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମ କରି ଚାଲିଛନ୍ତି। ଉଦ୍ଭିଦ ବିଜ୍ଞାନର ମାଇକ୍ରୋ ବାୟୋଲୋଜିରେ ସେ ନାଇଜର ଶିକ୍ଷା ଅନୁଷ୍ଠାନରେ ପାଞ୍ଚବର୍ଷ ପାଠ ପଢ଼ିଛନ୍ତି। ସେଠାରେ ସେ ତିନୋଟି ଗୋଲ୍ଡ ମେଡାଲ ହାସଲ କରିଛନ୍ତି।ଜାତୀୟ ବିଜ୍ଞାନ ଗବେଷଣା ଶିକ୍ଷାନୁଷ୍ଠାନ ନାଇଜରର ମେଧାବୀ ଛାତ୍ରୀ ପ୍ରିତି ଜର୍ମାନୀରେ ମାଇକ୍ରୋ ବାୟୋଲୋଜିରେ ଉଚ୍ଚଶିକ୍ଷା ପାଇଁ ସାକ୍ଷାତକାର ଦେଇଥିଲେ। ସବୁଠୁ ବଡ଼ କଥା ହେଉଛି ସେ ସର୍ବଭାରତୀୟ ସ୍ତରରେ ଜଣେ ମାତ୍ର ଛାତ୍ରୀ ଭାବେ ଜର୍ମାନୀରେ ସାକ୍ଷାତକାର ଦେଇଥିଲେ।

ସମଗ୍ର ବିଶ୍ଵର ୧୪ ଜଣ ଛାତ୍ରୀଙ୍କ ଭିତରୁ ସେ ଏଥିପାଇଁ ମନୋନୀତ ହୋଇଛନ୍ତି। ସେଠାରେ ସେ ଉଦ୍ଭିଦର ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ପ୍ରୟୋଗ କରାଯାଉଥିବା ନାଇଟ୍ରୋଜେନ ସାରକୁ କିଭଳି ବନ୍ଦ କରାଯାଇପାରିବ ସେନେଇ ଗବେଷଣା କରିବେ। ଏହାଫଳରେ ନାଇଟ୍ରୋଜେନ ପ୍ରୋୟୋଗ ଦ୍ଵାରା ହେଉଥିବା ପ୍ରଦୂଷଣ ବନ୍ଦ ହେବା ସହିତ ମାନବ ସମାଜର ହେଉଥିବା ରସାୟନିକ କ୍ଷତି ମଧ୍ୟ ବନ୍ଦ ହୋଇପାରିବ।BGUନିଜର ଏହି ସଫଳତା ପାଇଁ ପ୍ରିତି ଏବଂ ତାଙ୍କ ପରିବାର ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ନିଜ ଝିଅର ନିଷ୍ଠାପ୍ରତି ଆସ୍ଥାପ୍ରକଟ କରିଛନ୍ତି ପ୍ରିତିଙ୍କ ବାପା ମା’। ଯୁବ ଉଦ୍ଭିଦ ବିଜ୍ଞାନୀ ପ୍ରିତିପ୍ରଭା ସାହୁ ନିଜ ଗବେଷଣାରେ ସଫଳତା ହାସଲ କଲେ ସମାଜର ମଙ୍ଗଳ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Comment