ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିଦିନ ଗାଡ଼ି ତଳେ ଚାପି ହୋଇ ଅନେକ ବେଙ୍ଗଙ୍କ ମୃତ୍ୟୁ ହେବା ଏକ ସାଧାରଣ କଥା। ଏମାନଙ୍କ ମୃତ୍ୟୁ ଉପରେ କାହାର ନଜର ହିଁ ନଥାଏ। କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ଅଛି, ଯେଉଁଠି  ବେଙ୍ଗଙ୍କ ସୁରକ୍ଷାକୁ ଗୁରୁତର ସହ ନିଆଯାଇଛି। ଏମିତିକି ଏଠାରେ ବେଙ୍ଗଙ୍କୁ ଲୋକ ରାସ୍ତା ପାର୍‌ ମଧ୍ୟ କରାଇଥାନ୍ତି।

ତେବେ ଏହି ଦେଶ ହେଉଛି ଜର୍ମାନୀ। ଏହାର ପୁରୁଣା ରାଜଧାନୀ ବନ୍‌ ଓ ଆଖପାଖ ଅଞ୍ଚଳରେ ଏହି ଅଜବ ଦୃଶ୍ୟ ଦେଖିବାକୁ ମିଳେ। ଏଠାରେ ଗରମ ଦିନରେ ରାସ୍ତା ଉପରେ ମାଳ ମାଳ ବେଙ୍ଗ ଦେଖାଯାଆନ୍ତି। ଫଳରେ ଗାଡ଼ି ଚକ ତଳେ ଚାପି ହୋଇ ଅନେକଙ୍କ ମୃତ୍ୟୁ ଘଟୋ। ଏହାକୁ ଦୃଷ୍ଟିରେ ରଖି ବନ୍ୟ ପ୍ରାଣୀ ସଂରକ୍ଷକ ସଂସ୍ଥା ଓ କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ମିଶି ବେଙ୍ଗଙ୍କୁ ସୁରକ୍ଷା ଦେବା ଅଭିଯାନ ଆରମ୍ଭ କରିଛନ୍ତି।

ଏମିତିକି ସରକାରଙ୍କ ଉଦ୍ୟମରେ ସେଠାରେ ବେଙ୍ଗ ଯିବା ପାଇଁ ସ୍ୱତନ୍ତ୍ର ବାଡ଼ ଓ ସୁଡଙ୍ଗ ମଧ୍ୟ କରାଯାଇଛି। ସ୍ୱେଚ୍ଛାସେବୀମାନେ ପ୍ରତିଦିନ ଏସବୁ ଯାଞ୍ଚ କରିଥାନ୍ତି। କୌଣସି ବେଙ୍ଗ ସମସ୍ୟାରେ ଥିଲେ ତାଙ୍କୁ ବାହାର କରି ଦିଆଯାଇ ଜଙ୍ଗଲରେ ଛାଡ଼ି ଦିଆଯାଏ।

Comment