ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱର ବିଭିନ୍ନ ଅଞ୍ଚଳରେ ଆପଣ ଅନେକ ଭିନ୍ନ ଭିନ୍ନ ଜିନିଷ ଦେଖିବାକୁ ପାଇଥିବେ। ତେବେ ଏଭଳି ଏକ ଘଟଣା ଅଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ବିଶ୍ୱରେ ଏମିତି ଏକ ପ୍ରାଚୀର ଥିଲା ଯାହା ଗୋଟିଏ ଦେଶକୁ ଦୁଇ ଭାଗ କରିଦେଇଥିଲା।

ଏହି ପ୍ରାଚୀରର ନାଁ ହେଉଛି ବର୍ଲିନର ପ୍ରାଚୀର। ୧୯୬୧ ମସିହାରେ ନିର୍ମାଣ ହୋଇଥିବା ଏହି ପ୍ରାଚୀର ଜର୍ମାନୀକୁ ଦୁଇ ଭାଗ କରିଦେଇଥିଲା। ପ୍ରାୟତଃ ୨୮ବର୍ଷ ଧରି ଏହି ପ୍ରାଚୀର ଥିବା କାରଣରୁ ଜର୍ମାନୀ ଦୁଇ ଭାଗ ହୋଇ ରହିଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅଧିକାଂଶ ଲୋକ ପୂର୍ବ ଜର୍ମାନୀ ଛାଡ଼ି ପଶ୍ଚିମ ଜର୍ମାନୀକୁ ଚାଲି ଯାଉଥିଲେ। ଫଳରେ ପୂର୍ବ ଜର୍ମାନୀରେ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଖାଦେଲା। ଏହାକୁ ରୋକିବାକୁ ଏହି ପ୍ରାଚୀରର ନିର୍ମାଣ କରାଯାଇଥିଲା। ତେବେ ୧୯୮୯ମସିହା ଅଗଷ୍ଟ ୧୪ରେ ଏହି ପ୍ରାଚୀରକୁ ଭାଙ୍ଗି ଦିଆଯାଇଥିଲା। ଏଥିସହ ଜର୍ମାନୀ ପୁଣି ଏକ ହୋଇଯାଇଥିଲା।

ଏବେ ବି ବର୍ଲିନର କିଛି ଅଞ୍ଚଳରେ ଏହି ପ୍ରାଚୀରର ଭଗ୍ନ ଅଂଶ ଦେଖିବାକୁ ମିଳିଥାଏ। ଯାହାକୁ ଦେଖିବାକୁ ବିଶ୍ୱର ବିଭିନ୍ନ ଅଞ୍ଚଳରୁ ଲୋକମାନେ ବର୍ଲିନକୁ ଯାଇଥାନ୍ତି। ଏହା ବର୍ତ୍ତମାନ ବିଶ୍ୱର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ପାଲଟିସାରିଛି।

Comment