ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାନର ଏମ୍‌ଏସ୍‌ପି ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କୁଇଣ୍ଟାଲ ୧୮୬୮ ଟଙ୍କା ବଢ଼ାଇଛନ୍ତି କେନ୍ଦ୍ର ସରକାର। ଖାଲି ସେତିକି ନୁହେଁ, ୧୪ଟି ଶସ୍ୟର ଏମ୍‌ଏସ୍‌ପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ବିଭିନ୍ନ ଫସଲର ଏମ୍‌ଏସ୍‌ପି ୫୦ରୁ ୮୩ ପ୍ରତିଶତ ବୃଦ୍ଧି କରାଯାଇଥିବା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି।

ଜବାର ମୂଲ୍ୟ ୨୬୨୦ ଟଙ୍କାକୁ ବଢ଼ିଥିବା ବେଳେ ବାଜରା ମୂଲ୍ୟ ୨୧୫୦ ଟଙ୍କା ହୋଇଥିବା କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି।

ମକା ଏମ୍‌ଏସ୍‌ପି ୫୩ ପ୍ରତିଶତ ବଢ଼ିଥିବା ବେଳେ ମୁଗ ଏମ୍‌ଏସ୍‌ପି ୫୮ ପ୍ରତିଶତ ବଢ଼ାଯାଇଛି।

ବର୍ତ୍ତମାନ ସୁଦ୍ଧା ୩୬୦ ଲକ୍ଷ ମେଟ୍ରିକ ଟନ୍‌ ଗହମ କେନ୍ଦ୍ର ସରକାର କ୍ରୟ କରିଥିବା ତୋମାର ସୂଚନା ଦେଇଛନ୍ତି। ଏହାସହ ୯୫ ଲକ୍ଷ ମେଟ୍ରିକ ଟନ ଧାନ ଏବଂ ୧୬.୭ ଲକ୍ଷ ଡାଲି ସଂଗ୍ରହ କରାଯାଇଥିବା କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

Comment