ଓଡ଼ିଶାଲାଇଭ୍ ବ୍ୟୁରୋ

ସାଉଥ୍ ସୁପରଷ୍ଟାର ବିକ୍ରମଙ୍କୁ ଆପଣମାନେ ଅନେକ ହିନ୍ଦୀ ଡବିଂ ଫିଲ୍ମରେ ଦେଖିଥିବେ। ବିଶେଷକରି ‘ଅପରିଚିତ୍’ ଫିଲ୍ମ ଜରିଆରେ ସେ ଲୋକମାନଙ୍କ ପାଖରେ ବେଶ ଲୋକପ୍ରିୟ ହୋଇପାରିଥିଲେ। ତେବେ ତାଙ୍କର ଆଉ କେତୋଟି ଜବରଦସ୍ତ ଫିଲ୍ମ ମଧ୍ୟ ଆପଣ ୟୁଟ୍ୟୁବରେ ପାଇପାରିବେ। ଯାହାକି ହିନ୍ଦୀ ଭାଷାରେ ଡବିଂ ହୋଇଛି।

ଦେଶ ପ୍ରମ ଦ ରିୟଲ ହିରୋ

ଏକ ଚତ୍ମକାର ପ୍ରେମ କାହାଣୀ ଓ ଭଲପାଇବାକୁ ନେଇ ଏହି ଫିଲ୍ମଟି ନିର୍ମାଣ ହୋଇଛି। ଏଥିରେ ବିକ୍ରମ ଜଣେ ‘ର’ ଏଜେଣ୍ଟ ଭାବେ କାମ କରୁଥିବେ। ତାଙ୍କ ବିପକ୍ଷରେ ଏହି ଫିଲ୍ମରେ ନାୟିକା ଭାବେ ଦେଖିବାକୁ ମିଳିବେ ଅନୁଷ୍କା ସେଟ୍ଟୀ। ଏହି ଫିଲ୍ମ ୨୦୧୨ ରିଲିଜ୍ ହୋଇଥିବା ସାଉଥ୍ ଫିଲ୍ମ ତାଣ୍ଡଭମର ହିନ୍ଦୀ ଡବିଂ।

ଅପରିଚିତ୍ ୨

ଆପଣମାନେ ସମସ୍ତେ ଅପରିଚିତ୍ ଫିଲ୍ମଟି ଦେଖିଥିବେ। ହେଲେ ବିକ୍ରମଙ୍କ ଆଉ ଏକ ସୁନ୍ଦର ପ୍ରେମ କାହାଣୀ ଫିଲ୍ମ ଅପରିଚିତ୍ ୨  ନାଁରେ ମଧ୍ୟ ଆପଣ ୟୁଟ୍ୟୁବରେ ପାଇପାରିବେ। ଏଥିରେ ତାଙ୍କର ସହ ହିରୋଇନ୍ ଭାବେ ପ୍ରିୟଙ୍କ ତ୍ରିବେଦୀଙ୍କୁ ଦେଖିବାକୁ ମିଳିବ।

ବିକ୍ରମ ଦ କିଙ୍ଗ୍

୨୦୦୨ ମସିହାରେ ରିଲିଜ୍ ହୋଇଥିବା ତାମିଲ ଫିଲ୍ମ ‘କିଙ୍ଗ’ର ଏହା ହେଉଛି ହିନ୍ଦୀ ଡବିଂ। ଏଥିରେ ଆପଣ ବିକ୍ରମଙ୍କ ସହିତ ସ୍ନେହାଙ୍କୁ ଦେଖିବାକୁ ପାଇବେ। ଏହି ଫିଲ୍ମ ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିବ।

Comment