ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପ୍ରଥମ ଦଫାରେ ୧୦୦ ଲୋକଙ୍କ ପାଇଁ ବ୍ୟବସ୍ଥା
  • ୮୮୯୮୭୧୬୯୮୩ ହ୍ୱାଟ୍ସ୍‌ଆପ୍‌ ନମ୍ବରରେ ନିଜର ବିବରଣୀ ପଠାନ୍ତୁ
  • କଲ୍‌ କରିବା ପାଇଁ ହେଲ୍ପ ଲାଇନ ନମ୍ବର ୮୦୬୧୯୩୩୦୭୪

ମୁମ୍ବାଇରେ ଥିବା ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ବିମାନ ଭୁବନେଶ୍ୱର ଆସିବ। ଏହି ବିମାନରେ ପ୍ରବାସୀ ଶ୍ରମିକଙ୍କ ପାଇଁ କେବଳ ୧୦୦ଟି ସିଟ୍‌ ରଖାଯାଇଛି। ଯେଉଁ ଶ୍ରମିକମାନେ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି ସେମାନେ ହେଲ୍ପ ଲାଇନ୍‌ ନମ୍ବର 08061933074 ଏବଂ ହ୍ୱାଟ୍‌ସ୍‌ଆପ୍‌ ନମ୍ବର 8898716983 ରେ ପଞ୍ଜୀକରଣ କରିପାରିବେ। ଏହି ସୁବିଧା ମୁମ୍ବାଇର ଏକ ଏନଜିଓ ତରଫରୁ ଦିଆଯାଉଛି।

‘‘ଆମେ ଦେଶର ବିଭିନ୍ନ ରାଜ୍ୟକୁ ବିମାନ ମାଧ୍ୟମରେ ପ୍ରବାସୀ ଶ୍ରମିକଙ୍କୁ ପଠାଇଛୁ। ଓଡ଼ିଶା ଯିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ଏହି ସୁବିଧା ରହିଛି। କେବେ ବିମାନ ଛାଡ଼ିବ ସେ ତାରିଖ ନିର୍ଦ୍ଧାରଣ ହୋଇନି। ପ୍ରଥମ ପର୍ଯ୍ୟାୟରେ ଆମେ ୧୦୦ଟି ସିଟ୍‌ ରଖିଛୁ। ଲୋକ ସଂଖ୍ୟା ଯଦି ବଢ଼େ ତାହାଲେ ଆମେ ଅଲଗା ବିମାନରେ ସିଟ୍‌ ଆୟୋଜନ କରିବୁ। ଏଥିପାଇଁ ଶ୍ରମିକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ’’, ହେଲ୍ପ ଲାଇନ ନମ୍ବରକୁ ଫୋନ୍‌ କରିବା ପରେ ଏହି ତଥ୍ୟ ମିଳିପାରିଛି।

ଯେଉଁ ଶ୍ରମିକମାନେ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି ସେମାନେ ଉପରୋକ୍ତ ହେଲ୍ପଲାଇନ ନମ୍ବର ଏବଂ ହ୍ୱାଟସ୍‌ଆପ୍‌ ନମ୍ବରକୁ ଯୋଗାଯୋଗ କରିପାରିବେ। ସେମାନେ ନିଜ ନାଁ, ଠିକଣା ଏବଂ ଫୋନ ନମ୍ବର ଦେଇ ପଞ୍ଜୀକରଣ କରିପାରିବେ।

LEAVE A REPLY

Please enter your comment!
Please enter your name here