ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଘ ଛାଲ ରାକେଟର ପର୍ଦ୍ଦାଫାସ୍‌ କଲା କ୍ରାଇମହ୍ରାଞ୍ଚ ଏସଟିଏଫ୍‌। ନୟାଗଡ଼ ଦଶପଲ୍ଲାର ଗଣିଆ ଅଞ୍ଚଳରୁ ଦୁଇଟି ବାଘ ଓ ଦୁଇଟି ହରିଣ ଛାଲ ଜବତ କରାଯାଇଛି। ଏହି ଘଟଣା ୨ ଜଣ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଜବତ ଛାଲ କଲରାପତରିଆର ହୋଇଥିବା ଜଣାପଡ଼ିଛି।

ବେପାରୀମାନେ ବାଘ ଓ ହରିଣ ଛାଲ ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ କରି ଦୁଇ ଜଣ ବେପାରୀଙ୍କୁ ଗିରଫ କରିଥିଲା।

ବାଘକୁ ଗୁଳି କରି ମରା ଯାଇଥିବା ଜଣାପଡ଼ିଛି। ତେବେ କେଉଁ ଜଙ୍ଗଲରୁ ବାଘ ସିକାର ହୋଇଛି ତାହା ଜଣାପଡ଼ିନାହିଁ। କ୍ରାଇମବ୍ରାଞ୍ଚ ଏନେଇ ତଦନ୍ତ ଜାରି ରଖିଛି।

Comment