ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଓ ଉଗ୍ରତାରା ପୀଠରେ ଲାଗୁ ହେବ ୧୪୪ ଧାରା। ଆଗାମୀ ରଜ ଉତ୍ସବକୁ ଆଖି ଆଗରେ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ। ଆସନ୍ତା ଜୁନ୍‌ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସମସ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଛନ୍ତି ଖୋର୍ଦ୍ଧା ଉପ ଜିଲ୍ଲାପାଳ।

ଭିଡ ନିୟନ୍ତ୍ରଣ ତଥା ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ବରୁଣେଇ ଓ ଟାଙ୍ଗୀ ଉଗ୍ରତାରାଠାରେ ୧୪୪ ଧାରା ଜାରି କରାଯିବ। ଲୋକମାନଙ୍କୁ ପୀଠକୁ ଆସିବାକୁ ମନା କରାଯାଇଛି।

ସେହିପରି ଖୋର୍ଦ୍ଧା ଉପଖଣ୍ଡରେ କରୋନା ସଂକ୍ରମିତ ହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏଠାରେ ରହିଥିବା ସମସ୍ତ ଫାଷ୍ଟଫୁଡ୍‌, ଜଳଖିଆ, ଗୁପଚୁପ୍‌, ଚାଟ୍‌, ଦହିବରା, ଆଳୁଦମ୍‌ ଇତ୍ୟାଦି ବ୍ୟବସାୟୀମାନଙ୍କୁ କୋଭିଡ୍‌ ନିୟମ ଅନୁଯାୟୀ ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି। ଏହାସହ କେବଳ ପାର୍ସଲ ଜରିଆରେ ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦୋକାନ ନିକଟରେ ଗ୍ରାହକମାନେ ଠିଆ ହୋଇ ଖାଦ୍ୟ ଖାଇପାରିବେ ନାହିଁ ବୋଲି ନିୟମ କରାଯାଇଛି। ଯଦି ଏପରି କାର୍ଯ୍ୟ ଦୃଷ୍ଟିକୁ ଆସିଲା ତେବେ ଆଇନ ଅନୁଯାୟୀ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜରିମାନା ଆଦାୟ ହେବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରଖାଯିବା ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ।

Comment