ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ):  ସଟ୍‌ସର୍କିଟ୍‌ ଯୋଗୁଁ ୪ ବଖରା ଆଜବେଷ୍ଟସ୍‌ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଖୋର୍ଦ୍ଧା ଜିଲ୍ଲା ଗାଲୁଆ ପଞ୍ଚାୟତର ଭୀମପୁର ଗ୍ରାମର ବଡ଼ପାଟଣା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ସଟ୍‌ସର୍କିଟ୍‌ ଯୋଗୁଁ ଉକ୍ତ ଗ୍ରାମର ବାଉରୀବନ୍ଧୁ ଘଡାଇଙ୍କ ଘରେ ନିଆଁ ଲାଗିଯିବାରୁ ତାଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ପୋଡିଯିବା ସହ ଆସବାବପତ୍ର ମଧ୍ୟ ପୋଡି ନଷ୍ଟ ହୋଇଛି।

ଶନିବାର ସକାଳେ ନିଆଁ ଲାଗିଥିବାବେଳେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଦୁଇଟି ଦମକଳ ଗାଡି ସହ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଘଟଣାସ୍ଥଳରେ ଗାଲୁଆ ସରପଞ୍ଚଙ୍କ ପ୍ରତିନିଧି ଚିତ୍ତରଞ୍ଜନ ସାମନ୍ତରାୟ ଉପସ୍ଥିତ ରହିଥିବାବେଳେ ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅଗ୍ନିକାଣ୍ଡ ନିତ ରିପୋର୍ଟ ଆରଆଇଙ୍କଠାରୁ ସଂଗ୍ରହ କରି ତହସିଲଦାରଙ୍କ ନିକଟରେ ଲିଖିତ ଆକାରରେ ଦିଆଯିବ।

Comment