ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଘଛାଲ ରାକେଟର ପର୍ଦ୍ଦାଫାସ କଲା କ୍ରାଇମବ୍ରାଞ୍ଚ। ବାଘଛାଲ ରଖିଥିବା ମାଷ୍ଟରମାଇଣ୍ଡକୁ ଗିରଫ କରିବା ସହ ୨ଟି ବାଘଛାଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଜାମୁବନ୍ଧ ଗାଁର।

ଅଭିଯୁକ୍ତ ଜଣକ ୨ରୁ ୩ ଲକ୍ଷ ଟଙ୍କାରେ ବାଘଛାଲକୁ ବିକ୍ରି କରିବାକୁ ଡିଲ୍‌ କରୁଥିବା ବେଳେ ଧରାପଡ଼ିଛି। କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ସେଠାରେ ଚଢ଼ାଉ କରିଥିଲା।

ଗତ ଏକ ସପ୍ତାହ ମଧ୍ୟରେ ୪ଟି ବାଘଛାଲ ଜବତ କରି ସାରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଜୁନ୍‌ ୮ ତାରିଖରେ ନୟାଗଡ଼ ଦଶପଲ୍ଲା ଗଣିଆ ଅଞ୍ଚଳରୁ ଦୁଇଟି ବାଘଛାଲ ସହ ଦୁଇ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ।

Comment