ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ରବିବାର ଆତ୍ମହତ୍ୟା କରିଥିଲେ। ତାଙ୍କର ଏହି ନିଷ୍ପତ୍ତି ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁଶାନ୍ତ ଆଉ ଏ ଦୁନିଆରେ ନାହାନ୍ତି ଏକଥା କେହିବି ବିଶ୍ୱାସ କରିପାରୁନାହାନ୍ତି।  ସୁଶାନ୍ତ କାହିଁକି ଏଭଳି ପଦକ୍ଷେପ ନେଲେ ସେନେଇ କେବଳ କଳ୍ପନାଜଳ୍ପନା କରାଯାଉଛି। ଏଭଳି ସ୍ଥିତିରେ ଆତ୍ମହତ୍ୟା କରିବା ପୂର୍ବରୁ କେମିତି କଟିଥିଲା ସୁଶାନ୍ତଙ୍କ ୨୪ ଘଣ୍ଟା ସେ ବିଷୟରେ ଆସନ୍ତୁ ଜାଣିବା।sushant-1

୧୩ ଜୁନ୍‌ ୨୦୨୦

ସୁଶାନ୍ତ ତାଙ୍କ ଘରେ ଥିଲେ। ଘରେ ସୁଶାନ୍ତ ଏକୁଟିଆ ନଥିଲେ ତାଙ୍କ ସାଙ୍ଗମାନେ ମଧ୍ୟ ତାଙ୍କ ସହ ଥିଲେ। ସବୁ କିଛି ଠିକ୍‌ଠାକ ଥିଲା। ତାଙ୍କ ମନ ଭିତରେ କ’ଣ ଚାଲିଛି କେହିବି ଜାଣିବାକୁ ପାଇନଥିଲେ।

୧୪ ଜୁନ୍‌ ୨୦୨୦

ରାତି ୧୨ଟାରେ ସୁଶାନ୍ତ ତାଙ୍କ ସାଙ୍ଗ ଓ ଜଣେ ଅଭିନେତାଙ୍କୁ କଲ୍‌ କରିଥିଲେ। କିନ୍ତୁ ସେମାନେ କେହି ତାଙ୍କ ଫୋନ ରିସଭ କରିନଥିଲେ।

୧୪ ଜୁନ୍ ସକାଳ ୬ଟା ୩୦ରେ ସୁଶାନ୍ତ ଉଠିଥିଲେ। ସକାଳ ସାଢ଼େ ୯ଟାରେ ସେ ତାଙ୍କ ଭଉଣୀ ସହିତ ଫୋନରେ କଥା ହୋଇଥିଲେ। ପ୍ରାୟ ୯ଟା ୩୦ ବେଳେ ସୁଶାନ୍ତ ଜୁସ୍‌ ନେଇ ତାଙ୍କ ରୁମ୍‌କୁ ଚାଲି ଯାଇଥିଲେ।sushant-3

କିଛି ସମୟ ପରେ ଯେତେବେଳେ ତାଙ୍କ ଚାକର ମଧ୍ୟାହ୍ନ ଭୋଜନ କ’ଣ କରିବେ ପଚାରିବାକୁ ଯାଇଥିଲେ ସେତେବେଳେ ସୁଶାନ୍ତ ଆଉ ଜବାବ ଦେଇନଥିଲେ। ସେହି ବିଲ୍ଡିଂରେ ରହୁଥିବା ଅନ୍ୟ ୪ ଜଣବି ସୁଶାନ୍ତଙ୍କୁ ଡାକିଥିଲେ। ସୁଶାନ୍ତ କବାଟ ନଖୋଲିବାରୁ ସେମାନେ ଡରି ଯାଇଥିଲେ। ପ୍ରାୟ ୧୨ଟା ୩୦ ବେଳେ ସୁଶାନ୍ତଙ୍କ ରୁମ୍‌ କବାଟ ଖୋଲା ଯାଇଥିଲା। କବାଟ ଖୋଲିଲା ବେଳକୁ ଯଉଁ ଦୃଶ୍ୟ ଥିଲା ତାହା ସମସ୍ତଙ୍କ ପାଦ ତଳୁ ମାଟି ଖସେଇ ଦେଇଥିଲା। ସୁଶାନ୍ତ ଫ୍ୟାନରେ ଫାଶୀ ଦେଇଥିବା ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ ଓ ଡାକ୍ତରଙ୍କୁ ଡକା ଯାଇଥିଲା।

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସୁଶାନ୍ତ ୬ ମାସ ହେଲା ଡିପ୍ରେସନର ଶିକାର ହୋଇଥିଲେ। ସେଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି।

ସୁଶାନ୍ତଙ୍କ ହଠାତ୍ ବିଦାୟ ଇଣ୍ଡଷ୍ଟ୍ରିରେ ସମସ୍ତଙ୍କୁ ଚକିତ କରିଛି। ସେ କାହିଁକି ଏତେ ବଡ ପଦକ୍ଷେପ ନେଇଛନ୍ତି ତାହା ଏପର୍ଯ୍ୟନ୍ତ କେହି ବୁଝିପାରୁନାହାନ୍ତି। ବଲିଉଡରୁ ଟିଭି ପର୍ଯ୍ୟନ୍ତ ସମସ୍ତ ଷ୍ଟାର ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରୁଛନ୍ତି। ପୁଅକୁ ହରାଇବା ପରେ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Comment