ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ଵର ସଦରର ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ ଘଟିଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।

ଏହାସହ ସେ ଲିଭର ଜନିତ ରୋଗରେ ମଧ୍ୟ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁ ନେଇ ପୁଅ ମାନସ ଦତ୍ତ ସୂଚନା ଦେଇଛନ୍ତି।

ପ୍ରଥମଥର ପାଇଁ ସେ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଉତ୍ତର ଓଡ଼ିଶାର ଜଣେ ଲୋକପ୍ରିୟ ନେତା ମଧ୍ୟ ଥିଲେ। ପୂର୍ବରୁ ମଦନମୋହନ ଦତ୍ତ ରେମୁଣା ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦର ଉପ ସଭାପତି ଥିଲେ।

Comment