ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମିଳିଲାନି ଜାମିନ
  • ଜେଲ୍ ହାଜତକୁ ଗଲେ ଅଭିଯୁକ୍ତ
  • ଓଏଏସ୍ ସଂଘର କଲମଛାଡ଼ ନିଷ୍ପତ୍ତି ଉପରେ ଆଲୋଚନା ଜାରି

ଦଶପଲ୍ଲା ବ୍ଲକ ପୂର୍ବତନ ବିଡିଓ ଦେବୀ ପ୍ରସାଦ ମହାନ୍ତିଙ୍କ ସରକାରୀ ବାସଭବନରେ ପଶି ଆକ୍ରମଣ ଉଦ୍ୟମ ଘଟଣାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍। ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନି ନାମାଞ୍ଜୁର ହୋଇଛି। ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଜୁନ ୧୪ ତାରିଖ ଅପରାହ୍‌ଣରେ ଦଶପଲ୍ଲା ବିଡିଓ କ୍ଵାର୍ଟର୍ସ ଗେଟ ଭାଙ୍ଗି ପୂର୍ବତନ ବିଡିଓ ଦେବୀ ପ୍ରସାଦଙ୍କୁ ଆକ୍ରମଣ ଉଦ୍ୟମ ଅଭିଯୋଗ ହୋଇଥିଲା। ୧୦ ଜଣରୁ ଅଧିକ ଅସାମାଜିକ ବ୍ୟକ୍ତି ଆକ୍ରମଣରେ ସାମିଲ ଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ୍ ଆଜି ଦଶପଲ୍ଲା ଅଞ୍ଚଳରୁ ଅଭିଯୁକ୍ତ ଫକୀର ମୋହନ ଦଳେଇ, ଅଶ୍ଵିନୀ କୁମାର ସାହୁ ଏବଂ ସୁଧାକର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସେପଟେ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ଗିରଫ କରା ନଗଲେ ଜିଲ୍ଲା ଓଏଏସ୍ ସଂଘ କଲମଛାଡ଼ ଆନ୍ଦୋଳନ ଚେତାବନୀ ଦେଇଛି। ଆଜି ୩ଜଣ ଅଭିଯୁକ୍ତ କୋର୍ଟ ଚାଲାଣ ପରେ ଓଏଏସ୍ ସଂଘ କଲମଛାଡ଼ ଆନ୍ଦୋଳନରୁ ଓହରିଯିବ ନା ପୂର୍ବ ନିଷ୍ପତ୍ତିକୁ କାଏମ ରଖିବ ତାହା ସ୍ପଷ୍ଟ ହୋଇ ନାହିଁ। ଏନେଇ ସଂଘର ଆଲୋଚନା ଚାଲିଥିବା ସୂଚନା ମିଳିଛି।

Comment