ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟ ଆରମ୍ଭ ହୋଇଛି। ବ୍ଲକସ୍ତରରେ ବିଡିଓ, ସରପଞ୍ଚ, ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟ କର୍ମଚାରୀଙ୍କ ସହଯୋଗରେ ଏହା ପରିଚାଳିତ କରାଯିବ। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ପୋମା ଟୁଡୁ।

ଘରକୁ ଘର ବୁଲି କରୋନା, ଯକ୍ଷ୍ମା, ମ୍ୟାଲେରିଆ, ଡେଙ୍ଗୁ ଓ ଜଳବାହିତ ରୋଗ ଲକ୍ଷଣ ସଂପର୍କରେ ତଥ୍ୟ ସଂଗ୍ରହ ସହ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ। ଚଳିତ ମାସ ୧୬ରୁ ୩୦ ପର୍ଯ୍ୟନ୍ତ ଏହା ଚାଲିବ।

ଏଥିରେ କରୋନା ଲକ୍ଷଣ ଦେଖାଯିବା ବ୍ୟକ୍ତିଙ୍କର ସ୍ୱାବ ପରୀକ୍ଷା କରାଯିବ। ଅଭିଯାନ ସଫଳ କରିବାକୁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। ଉକ୍ତ ଅଭିଯାନ ଶୁଭାରମ୍ଭ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧାଶୁଂ ଶେଖର ଷଢ଼ଙ୍ଗୀଙ୍କ ସହ ପ୍ରଶାସନିକ ଓ ସ୍ୱାସ୍ଥ୍ୟ ବିଭାଗର କେତେକ ଅଧିକାରୀ ଉପସ୍ଥିତ ଥିଲେ।

Comment