ଓଡ଼ିଶାଲାଇଭ୍‌ ବ୍ୟୁରୋ

ତିନି ରଥ ପାଇଁ ବିଜେ ହୋଇଛି ଆଜ୍ଞାମାଳ। ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ସକାଳ ଧୂପ, କୋଠଭୋଗ ପରେ ଶ୍ରୀମନ୍ଦିରରୁ ତିନି ବାଡ଼ରୁ ଆଜ୍ଞାମାଳ ଆସିଥିଲା। ତିନି ପୂଜାମଣ୍ଡା ଏହି ଆଜ୍ଞାମାଳ ଧରି ରଥଖଳାକୁ ଆସିଥିଲେ। ବାଜା, ଘଣ୍ଟ ଘଣ୍ଟା ବଜାଇ ଆଜ୍ଞାମାଳ ରଥ ଖଳାକୁ ଆସିଥିଲା।

ବଳଭଦ୍ରଙ୍କ ପୂଜାପଣ୍ଡା ପ୍ରଥମେ ଆଜ୍ଞାମାଳକୁ ତାଳଧ୍ୱଜ ରଥର ବାଡ଼ରେ ରଖିଥିଲେ। ଏହାପରେ ରଥ ଉପରକୁ ଆଜ୍ଞାମାଳ ଉଠିଥିଲା। ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା।

ଆଜ୍ଞାମାନ ବିଜେ କରାଯିବା ପରେ ସିଂହଦ୍ୱାର ସମ୍ମୁଖକୁ ତିନି ରଥ ଟଣାହୋଇ ଯିବ। ଏନେଇ ସେବାୟତମାନେ ପୂରା ଉତ୍ସାହିତ ଅଛନ୍ତି। ରଥଯାତ୍ରା ଏବର୍ଷ ସୁନିଶ୍ଚିତ ହେବ ବୋଲି ସେବାୟତମାନେ ଆଶାବାଦୀ ଅଛନ୍ତି। ଏପଟେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରିବାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।

Comment