ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ରେ ଅଳଙ୍କାର ଦୋକାନୀଙ୍କୁ କରୋନା। ସଂକ୍ରମିତ ଅଳଙ୍କାର ବ୍ୟବସାୟୀଙ୍କ ପରିବାରର ୫ଜଣ ସଦସ୍ୟଙ୍କଠାରେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଦୁଇ ଦିନ ତଳେ ଅଳଙ୍କାର ଦୋକାନୀଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା।

ଏହାଛଡ଼ା ଜଣେ ପୋଲିସ୍ କର୍ମଚାରୀ କରୋନା ଭୂତାଣୁ ସଂକ୍ରମଣ ଶିକାର ହୋଇଛନ୍ତି । ଜିଲ୍ଲାରେ କୌଣସି ପୋଲିସ୍ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଏହା ପ୍ରଥମ ଘଟଣା । ପ୍ରଶାସନ ପକ୍ଷରୁ ଆକ୍ରାନ୍ତଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଅଳଙ୍କାର ଦୋକାନୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ବିଷୟରେ ସର୍ବେକ୍ଷଣ ଆରମ୍ଭ ହୋଇଛି।

ଜୁନ୍‌ ୨୧ ସୁଦ୍ଧା ନୟାଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬କୁ ବୃଦ୍ଧି ପାଇଥିଲା। ସେଥିମଧ୍ୟରୁ ୧୦୭ ସୁସ୍ଥ ହୋଇଥିଲା ବେଳେ ୯ ଜଣ ସକ୍ରିୟ ଥିଲେ। ଜୁନ୍‌ ୨୨ରେ ନୟାଗଡ଼ରେ ପୁଣି ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Comment