ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ୍ ୨୨ରେ ଭାରତ ଓ ଚୀନ ସେନା ମଧ୍ୟରେ ଲେଫ୍ଟନାଣ୍ଟ ସ୍ତରର ଆଲୋଚନା ସଫଳ ହୋଇଛି। ଏହି ଆଲୋଚନା ପରେ ଉଭୟ ଦେଶର ସେନା ବିବାଦୀୟ ସ୍ଥଳରୁ ପଛକୁ ଆସିବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି। ଏହି ଆଲୋଚନା ଶାନ୍ତିପୂର୍ଣ୍ଣ ହୋଇଥିବା ଭାରତୀୟ ସେନା ସୂଚନା ଦେଇଛି।
ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂ ଏହି ବୈଠକ ନେତୃତ୍ୱ ନେଇଥିଲେ। ପୂର୍ବ ଲଦାଖର ମୋଲଡୋରେ ସୋମବାର ସକାଳ ସାଢ଼େ ୧୧ଟାରୁ ଏହି ବୈଠକ ହୋଇଥିଲା। ୧୨ ଘଣ୍ଟାର ଆଲୋଚନା ପରେ ଦୁଇ ଦେଶର ସେନା ଗଳଓ୍ୱାନ ଘାଟିର ବିବାଦୀୟ ସ୍ଥାନରୁ ପଛକୁ ହଟିବା ପାଇଁ ରାଜି ହୋଇଥିଲେ।
ଜୁନ୍ ୧୫ ରାତିରେ ଗଲଓ୍ୱାନ ଘାଟିରେ ଚୀନ ସେନା ଓ ଭାରତୀୟ ସେନା ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ଭାରତୀୟ ସେନାର ୨୦ ଜଣ ଯବାନ ସହିଦ ହୋଇଥିଲା ବେଳେ ଚୀନ ସେନାର ୪୩ ଜଣ ଯବାନ ନିହତ ହୋଇଥିଲେ। ଏହି ଘଟଣା ପରେ ସୀମାରେ ଉତ୍ତେଜନା ବଢ଼ି ଯାଇଥିଲା।


















