ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ସ୍କୁଲ କୂଅରୁ ଜଣେ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମପଞ୍ଚାୟତ ଜରିପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ। ଛାତ୍ରୀ ଜଣକ ହେଉଛନ୍ତି ମାଳିସାହି ଗ୍ରାମର ନୀତୁ ରଣା। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ନୀତୁ ଦୁଇଦିନ ହେବ ନିଖୋଜ ଥିଲେ। ପରିବାର ଲୋକ ନିଖୋଜ ସମ୍ପର୍କରେ ଟାଉନଥାନାରେ ଏକ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ନୀତୁଙ୍କୁ ଖୋଜା ଖୋଜି ଜାରି ରଖିଥିଲା।

ହେଲେ ଗୁରୁବାର ସକାଳୁ ଗାଁ ଲୋକ କୂଅ ଭିତରେ ନୀତୁର ମୃତଦେହ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପରିବାର ଲୋକ ତାଙ୍କ ଝିଅକୁ ହତ୍ୟା କରି ଫିଙ୍ଗି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି।

Comment