ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ କରୋନା ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଛି। ଗାଁ କୁ ଗାଁ ବୁଲି ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀ ପ୍ରତି ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା, ଜ୍ୱର ଓ ରୋଗ ସଂପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। ଅଭିଯାନରେ କରୋନା ସଂକ୍ରମଣ ଓ ଜଳବାହିତ ରୋଗର ଲକ୍ଷଣ ସଂପର୍କରେ ଲୋକଙ୍କୁ ସଚେତନ କରାଯାଉଛି।

ଜୁନ୍ ମାସ ୧୬ରୁ ଆରମ୍ଭ ହୋଇଥିବା ସର୍ବେକ୍ଷଣ ଅଭିଯାନ ଜୁଲାଇ ୩୦ ତାରିଖରେ ଶେଷ ହେବ। ଏଥିରେ ଜିଲ୍ଲାର ସମସ୍ତ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ତଥ୍ୟ ସଂଗ୍ରହ କରାଯିବ। ବିଶେଷ କରି କରୋନା ସଂକ୍ରମଣ ପ୍ରାଥମିକ ତଥ୍ୟ ହାସଲ ସହିତ ପ୍ରତିକାର ବ୍ୟବସ୍ଥାକୁ ମଜବୁତ କରିବା ଅଭିଯାନର ମୂଳ ଲକ୍ଷ୍ୟ। ଲୋକେ ମଧ୍ୟ ଏହାକୁ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଉଛି।

ବର୍ତ୍ତମାନ ନୟାଗଡ଼ରେ ୧୪୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୧ ଜଣ ସୁସ୍ଥ ହୋଇଥିବା ବେଳେ ୨୯ ଜଣ ସକ୍ରିୟ ରହିଛନ୍ତି।

Comment