ଓଡ଼ିଶାଲାଇଭ୍ ବ୍ୟୁରୋ

ଗଜପତି ଜିଲ୍ଲାରେ ବଦଳିଲା କ୍ୱାରେଣ୍ଟାଇନ ନିୟମ। ଏଣିକି ପ୍ରବାସୀମାନେ ଗଜପତି ଜିଲ୍ଲାକୁ ଫେରିଲେ ୧୪ ଦିନ ବଦଳରେ ୨୧ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ। ଏନେଇ ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ପୂର୍ବରୁ ପ୍ରବାସୀମାନେ ଫେରୁଥିଲେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯାଉଥିଲା। ହେଲେ ସେମାନେ ଘରକୁ ଫେରିବା ପରେ ପଜିଟିଭ୍ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଥିଲା। ତେଣୁ ଗଜପତି ଜିଲ୍ଲାରେ କ୍ୱାରେଣ୍ଟାଇନର ସମୟ ସୀମା ୨୧ ଦିନକୁ ବୃଦ୍ଧି କରିବାକୁ କୁହାଯାଇଛି।

ପ୍ରବାସୀମାନେ ପ୍ରଥମେ ୨୧ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ। ସେଠାରେ ତାଙ୍କର କୌଣସି ଲକ୍ଷଣ ଦେଖାନଗଲେ ସେମାନଙ୍କୁ ୧ ହଜାର ଟଙ୍କା ଦେଇ କ୍ୱାରେଣ୍ଟାଇନରୁ ଛଡ଼ାଯିବ। ଏହାପରେ ସେମାନେ ୭  ଦିନ ପାଇଁ ହୋମ୍ କ୍ୱାରେଣ୍ଟାଇନରେ ରହିବେ। ହୋମ୍ କ୍ୱାରେଣ୍ଟାଇନ ସମୟ ସୀମା ପୂରଣ କଲେ ସେମାନଙ୍କୁ ଆଉ ୧  ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି।

ଗଜପତି ଜିଲ୍ଲାରେ ଏବେ ସୁଦ୍ଧା ୪୩୫ଟି ପଜିଟିଭ୍ କେସ୍ ସାମନାକୁ ଆସିଛି। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୩୩ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୩୦୨ ଜଣ ସକ୍ରିୟ ଅଛନ୍ତି।

Comment