ଓଡ଼ିଶାଲାଇଭ୍ ବ୍ୟୁୁରୋ

ନୟାଗଡ଼ ଜିଲ୍ଲା ରୋଟାରୀ କ୍ଲବର ସଭାପତି ଭାବେ ରୋଟାରୀଆନ ନିରୁପମା ପଟ୍ଟନାୟକ ଶପଥ ଗ୍ରହଣ କରିଛନ୍ତି। ଏଥିସହ କ୍ଲବର ୩୧ତମ ପ୍ରତିଷ୍ଠା ଦିବସରେ ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ ସମ୍ପାଦକ ଭାବେ ମିହିର ରଞ୍ଜନ ନାୟକ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି।

କ୍ଲବ ପ୍ରତିଷ୍ଠା ହେବାର ଦୀର୍ଘ ୩୦ ବର୍ଷ ପରେ ନିରୁପମା ପ୍ରଥମ ମହିଳା ସଭାପତି ହୋଇଛନ୍ତି। ତାଙ୍କୁ କ୍ଲବର ମୁଖ୍ୟ ସଂଯୋଜକ ରୋଟାରୀଆନ ପ୍ରମୋଦ ପଟ୍ଟନାୟକ, ପୂର୍ବତନ ସଭାପତି ମଦନ ମୋହନ ମହାପାତ୍ର ଆଦି  ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଛନ୍ତି। ପ୍ରତିଷ୍ଠା ଦିବସ ସମାରୋହରେ କ୍ଲବର ଅନେକ ସଦସ୍ୟ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିଥିଲେ।

Comment