ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ଜୁଲାଇ ୧ ତାରିଖରୁ ୪ ତାରିଖ ମଧ୍ୟରେ ୩୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ସରକାରୀ ଭାବେ ଚିତ୍ର ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବିଶେଷ ସୂତ୍ର ଅନୁଯାୟୀ ଶନିବାର ରେକର୍ଡ ସଂଖ୍ୟାରେ ପଜିଟିଭ୍ କେସ୍‌ ବାହାରିଛି। ପୂର୍ବ ଆକ୍ରାନ୍ତଙ୍କୁ ମିଶାଇ ୧୯୦ ଅତିକ୍ରମ କରିବା ଅନୁମାନ କରାଯାଉଛି।

ଜୁନ ୩୦ ତାରିଖରେ ଓଡ଼ଗାଁ, ସୁନାମୁଁହି ଓ କୁରାଳ ଆଦି ଅଞ୍ଚଳରେ ୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କଠାରେ କରୋନା ସଂକ୍ରମଣ ଦେଖାଯାଇଛି।

Comment