ଓଡିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ଵରରେ ଚିହ୍ନଟ ହେଲେ ଆଉ ୧୭ କରୋନା ପଜିଟିଭ୍। ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୦ଟି ଲୋକାଲ କେସ୍ ରହିଛି। ବାକି ୨ ଜଣ କରୋନା ଆକ୍ରାନ୍ତ କୋଭିଡ୍ ଯୋଦ୍ଧା ବୋଲି ଜଣାପଡିଛି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

୧୦ ଲୋକାଲଙ୍କ ମଧ୍ୟରେ ଡୁମଡୁମା ରଘୁନାଥ ବସ୍ତିରୁ ଦୁଇଜଣ, ପଟିଆ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ, ବିଜେବି ନଗର ପାଣିଟାଙ୍କି ବସ୍ତିରୁ ଜଣେ, ଅନ୍ଧାରୁଆ ଦାସପୁରରୁ ଜଣେ, ଶତାବ୍ଦୀ ନଗର ଲେନ୍-୧ରୁ ଜଣେ, ଚକେଇସିଆଣି ମଙ୍ଗଳା ମନ୍ଦିର ନିକଟରୁ ଜଣେ, ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀ ଏବଂ ଏକ ସରକାରୀ ହସ୍ପିଟାଲର ଦୁଇ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏକ ଘରୋଇ କୋଭିଡ୍ ହସ୍ପିଟାଲରେ କାମ କରୁଥିବା ଦୁଇଜଣ କୋଭିଡ୍ ଯୋଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି।

କ୍ଵାରେଣ୍ଟାଇନ କେସ ମଧ୍ୟରେ ଜୟଦେବ ବିହାର ଇଏସଆଇ ହସ୍ପିଟାଲ କଲୋନୀରୁ ଜଣେ, ପଟିଆ ବିଗବଜାର ନିକଟରୁ ଦୁଇ ଜଣ, ଚନ୍ଦ୍ରଶେଖରପୁର ପ୍ରଗତିବାଦୀ ବିହାର ଅଞ୍ଚଳରୁ ଜଣେ ଏବଂ ୟୁନିଟ୍-୪ ଏମଏଲଏ କଲୋନୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଭୁବନେଶ୍ଵରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ରେ ପହଞ୍ଚିଛି। ସେଥି ମଧ୍ୟରୁ ୨୭୪ ଜଣ ସୁସ୍ଥ ହୋଇଥିବାବେଳେ ୧୬୯ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି। ଭୁବନେଶ୍ଵରରେ ବର୍ତ୍ତମାନ ସୁଦ୍ଧା ୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି।

Comment