ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ପର୍ଯ୍ୟନ୍ତ ବନ୍ଦ ହେଲା ଭୁବନେଶ୍ୱର ଆରଟିଓ- ୨। କରୋନା ସଂକ୍ରମଣର ଭୟ ଥିବାରୁ ଭୁବନେଶ୍ୱରର ଏହି ପରିବହନ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି।

ଗତକାଲି ରାଜଧାନୀରେ ଥିବା ଆରଟିଓ ୧ କାର୍ଯ୍ୟାଳୟର କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କାର୍ଯ୍ୟାଳୟର ଜଣେ କନିଷ୍ଠ ଏମଭିଆଇ, ଅତିରିକ୍ତ ଆରଟିଓ, ଜଣେ ଡ୍ରାଇଭର ଓ ଅନ୍ୟ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ।CGU new

ତେଣୁ କରୋନା ସଂକ୍ରମଣ ମଧ୍ୟ ଦ୍ୱିତୀୟ ଆରଟିଓ ଅଫିସକୁ ବ୍ୟାପିବାର ଆଶଙ୍କା ରହିଛି। ତେଣୁ ଏହାକୁ ସୋମବାର ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରାଯାଇଛି।

ଆରଟିଓର କର୍ମଚାରୀମାନେ ଶ୍ରମିକ ସ୍ପେଶାଲ ଟ୍ରେନରେ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବା ପାଇଁ ଷ୍ଟେସନରେ ନିଯୁକ୍ତ ହୋଇଥିଲେ। ସେହିଠାରୁ ହିଁ ସେମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here