ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ-ଖୋର୍ଦ୍ଧା ବର୍ଡରକୁ ସିଲ କରାଯାଇଛି। ଜିଲ୍ଲା ପ୍ରଶାସନର ଏହି କଟକଣା ଯୋଗୁଁ ସୀମାରେ ଶହ ଶହ ଗାଡ଼ି ଅଟକି ରହିଛି।

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବୁଧବାର ଗଞ୍ଜାମ-ଖୋର୍ଦ୍ଧା ବର୍ଡରକୁ ସିଲ କରିଛି ଜିଲ୍ଲା ପ୍ରଶାସନ। ଏଥିସହ ଜିଲ୍ଲା ବାହାରକୁ ଯିବା ଏବଂ ଜିଲ୍ଲା ବାହାରୁ ଆସିବା ଉପରେ କଟକଣା ଜାରି କରାଯାଇଛି। ତେଣୁ ସୀମା ନିକଟରେ ବାହାରୁ ଆସିଥିବା ଶହ ଶହ ଗାଡ଼ି ଅଟକି ରହିଛି।CGU newଏଥିସହ ଖୋର୍ଦ୍ଧାର ନାଭାଲ ଛକ ଓ ବାଣପୁର ଥାନା କୁମାରପାରିକୁ ମଧ୍ୟ ସିଲ୍ କରାଯାଇଛି। ଏହି ଦୁଇଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଜଣ ମାଜିଷ୍ଟ୍ରେଟ ଓ ପୋଲିସ ମୁତୟନ ଅଛନ୍ତି।

ଖୋର୍ଦ୍ଧାରୁ ବର୍ତ୍ତମାନ ସୁଦ୍ଧା ୧,୧୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୦୧ ଜଣ ସୁସ୍ଥ ହୋଇଥିବାବେଳେ ୩୨୩ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି। ଖୋର୍ଦ୍ଧାରେ ବର୍ତ୍ତମାନ ସୁଦ୍ଧା ୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Comment