ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର ସହରର ତିନି ଜଣ ସାମ୍ବାଦିକଙ୍କଠାରେ କରୋନା ପଜିଟିଭ ବାହାରିଛନ୍ତି। ଏଥି ମଧ୍ୟରୁ ଜଣେ ଫଟୋ ସାମ୍ବାଦିକ ଓ ଆଉ ଜଣେ ଭିଡିଓ ସାମ୍ବାଦିକ। ପଜିଟିଭ ବାହାରିବା ପରେ ସେମାନଙ୍କୁ ଶୀତଳପଲ୍ଲୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ତିନି ଜଣ ସାମ୍ବାଦିକ କାଳୁ ପାତ୍ର ନାମକ ଜଣେ ଅଭିଯୁକ୍ତଙ୍କୁ ଭେଟିବା ପାଇଁ ଯାଇଥିଲେ। ଏହି ଦାଗୀକୁ ଜୁନ ୩୦ ତାରିଖରେ ଗିରଫ କରାଯାଇଥିଲା। କାଳୁ ପାତ୍ରଙ୍କୁ ଆଗରୁ କରୋନା ପଜଟିଭ ଚିହ୍ନଟ କରାଯାଇଥିଲା।

CGU newକାଳୁଙ୍କ ବିରୋଧରେ ସିଗାରେଟରେ ଗଞ୍ଜେଇ ଭର୍ତ୍ତି କରିବା ଓ ତାହାକୁ ବିକ୍ରି କରିବା ଅଭିଯୋଗ ଆସିଥିଲା। କାଳୁ ପାତ୍ରଙ୍କ ଗିରଫଦାରୀକୁ କଭର କରିବା ପାଇଁ ପ୍ରାୟ ବିଭିନ୍ନ ନ୍ୟୁଜ ଚାନେଲ ଓ ଖବରକାଗଜର ପ୍ରାୟ ୨୦ ଜଣ ସାମ୍ବାଦିକ ସେଦିନ ସେଠି ଉପସ୍ଥିତ ଥିଲେ। ସାମ୍ବାଦିକଙ୍କ ସହ ଉପଜିଲ୍ଲାପାଳ ଓ ତାଙ୍କର ୧୫ କର୍ମଚାରୀ ଏବଂ ଅବକାରୀ ବିଭାଗର ୧୦ ଜଣ କର୍ମଚାରୀ ସେଦିନ ସେଠାରେ ଉପସ୍ଥିତ ଥିଲେ।

Comment