ଓଡିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲାକୁ ଯାଇପାରିବେନି ୧୩ ଜିଲ୍ଲାର ବାସିନ୍ଦା। ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ମାଲକାନଗିରିରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ, କଟକ, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଗଜପତି, ବାଲେଶ୍ଵର ଏବଂ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ମାଲକାନଗିରି ଜିଲ୍ଲାକୁ ଯାତାୟତ କରିବା ନେଇ କଟକଣା ଜାରି କରାଯାଇଛି।

ଜିଲ୍ଲାକୁ ଯଦି ରାଜ୍ୟର ରେଡ୍ ଜୋନରୁ କୌଣସି ଲୋକ ଆସନ୍ତି ତେବେ ତାଙ୍କୁ ୧୪ ଦିନିଆ ବାଧ୍ୟତାମୂଳକ କ୍ଵାରେଣ୍ଟାଇନରେ ରହିବାକୁ ପଡ଼ିବ। ନିହାତି ଜରୁରୀ କ୍ଷେତ୍ରରେ ଘରୋଇ ସଙ୍ଗରୋଧରେ ରଖାଯିବ। ଏହା ଭିତରେ ଯଦି କରୋନା ଲକ୍ଷଣ ପ୍ରକାଶ ପାଏ ତେବେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ।CGU newଏହି ନିୟମ ଉଲଙ୍ଘନ କଲେ ୨୦୦୫ ଜାତୀୟ ବିପର୍ଯ୍ୟୟ ପରିଚାଳନା ନିୟମ ଏବଂ ୧୮୯୭ ମହାମାରୀ ନିୟମ ଅନୁସାରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ମାଲକାନଗିରିରେ ବର୍ତ୍ତମାନ ସୁଦ୍ଧା ୧୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୧ ଜଣ ସୁସ୍ଥ ହୋଇଥିବାବେଳେ ୩୩ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ଏପର୍ଯ୍ୟନ୍ତ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ହୋଇନାହିଁ।

Comment