ଓଡ଼ିଶାଲାଇଭ୍‌ କୃଷି ବିଜ୍ଞାନ ବ୍ୟୁରୋ

ବର୍ଷ ସାରା ଉପଲବ୍ଧ ହେଉଥିବା ସମସ୍ତଙ୍କର ଏକ ପ୍ରିୟ ପରିବା ହେଲା ବାଇଗଣ। କିଭଳି ଜମି ପ୍ରସ୍ତୁତ କଲେ ଓ ଚାରା ରୋପଣ କଲେ ଚାଷୀ ଏଥିରୁ ଲାଭବାନ ହୋଇପାରିବେ ଜାଣନ୍ତୁ।

ବାଇଗଣ ଏକ ନତିଦିନିଆ ପରିବା। ଓଡ଼ିଶାର ପ୍ରାୟ ପ୍ରତି ଜିଲ୍ଲାରେ ବାଇଗଣ ଚାଷ କରାଯାଇଥାଏ। ତେବେ ବର୍ଷ ସାରା ବାଇଗଣ ମିଳୁଥିଲେ ମଧ୍ୟ ଜୁନ୍‌ ମାସରୁ ଅଗଷ୍ଟ ମାସ  ପର୍ଯ୍ୟନ୍ତ ମାର୍କେଟରେ ଭଲ ବାଇଗଣ ମିଳେ ନାହିଁ। ଯାହା ବି ମିଳେ ଚଢ଼ା ଦରରେ ମିଳେ। ତେବେ ଚାଷୀମାନେ ଉପଯୁକ୍ତ ଜମି ନିର୍ଦ୍ଧାରଣ କରି ଠିକ୍‌ ପଦ୍ଧତିରେ ଚାଷ କଲେ ଏହି ସମୟରେ ମଧ୍ୟ ବାଇଗଣରୁ ବେଶ୍‌ ଲାଭବାନ ହୋଇପାରିବେ।

 କିପରି କରିବେ ଜମି ପ୍ରସ୍ତୁତ?

  • ପ୍ରଥମେ ମାଟିକୁ ଭଲ ଭାବେ ଓଡ଼ ଚାଷ କରି ମାଟକୁ ଗୁଣ୍ଡ କରିଦେବା ଉଚିତ।
  • ଏକର ପିଛା ୧୦ ଟନ୍‌ ଗୋବର ଖତ ବା କମ୍ପୋଷ୍ଟ ଦେଇ ଜମି ପ୍ରସ୍ତୁତ କରିବା ଆବଶ୍ୟକ।
  • ଜମିରେ ସନ୍ତୁଳନ ଭାବେ ସାର ପ୍ରାୟୋଗ କଲେ ଭଲ ଅମଳ ହୋଇଥାଏ।
  • ହେକ୍ଟର ପିଛା ୧୦୦ରୁ ୧୨୦ କଲୋଗ୍ରାମ ଯବକ୍ଷାରଯାନ, ୭୦ରୁ ୮୦ କିଲୋଗ୍ରାମ ଫସଫରସ, ୪୫ରୁ ୫୦ କିଲୋଗ୍ରାମ ପଟାସ୍‌ ଦେବା ଆବଶ୍ୟକ। ଏହାଛଡ଼ା ହେକ୍ଟର ପିଛା  ଅଢ଼େଇ କ୍ୱିଣ୍ଟାଲ ନିମ୍ବ ପିଡ଼ିଆ ଦେଲେ ଭଲ ଅମଳ ହୋଇଥାଏ।

CGU new

ଚାରା ରୋପଣର ଠିକ୍‌ ପଦ୍ଧତି

  • ଖରାଦିନେ ଚାଷ କରୁଥିଲେ ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମଟର ଓ ଗଛକୁ ଗଛ ୪୫ ସେଣ୍ଟିମଟରରେ ଚାରା ଲଗାଇବା ଦରକାର।
  • ଅନ୍ୟ ସମୟରେ ଚାଷ କଲେ ଧାଡ଼ିକୁ ଧାଡ଼ି ୭୫ କିଲୋମିଟର ଏବଂ ଗଛକୁ ଗଛ ୬୦ ସେଣ୍ଟିମିଟରରେ ଗଛ ଲଗାଇଲେ ଭଲ ଫଳ ମିଳିଥାଏ।
  • ବାଇଗଣ ଗଛ ଧୀରେ ଧୀରେ ବଢ଼ିଥାଏ। ଫଳରେ ବାଇଗଣ କିଆରିରେ ଘାସ ବହୁତ ବଢ଼ିଯାଏ। ତେଣୁ ସମୟ ସମୟରେ କିଆରିରୁ ଘାସ ବାଛି ଦେବା ଦରକାର।
  • ତଳି ଲଗାଇବା ପରେ ୧ ହେକ୍ଟର ଜମିରେ ୧ରୁ ଦେଢ଼ କିଲୋଗ୍ରମା ଫ୍ଲୁ-କ୍ଲୋରିଲିନ ପକାଇ ୩୦ ଦିନ ପରେ ଥୋ ଘାସ ବାଛି ଦେବା ଉଚିତ।
  • ତା’ଛଡ଼ା ଜମିରେ ତଳି ଲଗାଇବାର ୪ ଦିନ ପରେ ଅର୍ଥାତ୍‌ ଘାସ ଉଠିବା ପୂର୍ବରୁ ୧ କିଲୋଗ୍ରାମ ଆଲାକ୍ଲୋର କିମ୍ବା ବୁଟାକ୍ଲୋର ସ୍ପ୍ରେ କଲେ ଘାସ ଦମନ ହୋଇଥାଏ।

(ଭିଡିଓ ସୌଜନ୍ୟ : କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର)

Comment