ଓଡିଶାଲାଇଭ୍ ବ୍ୟୁରୋ

କଟକ ମହାନଗର ନିଗମ ଅଞ୍ଚଳରୁ ହଟିବ ସଟଡାଉନ୍। ଜୁଲାଇ ୧୩ ତାରିଖରୁ ସଟଡାଉନ୍ ହଟିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ବର୍ତ୍ତମାନ ସହରରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କଟକ ସହରରୁ ସଟଡାଉନ୍ ହଟିବ। ଏଥିସହ ରାଣିହାଟ ମାଳିସାହିରୁ କଣ୍ଟେନମେଣ୍ଟ ଜୋନ ମଧ୍ୟ ହଟାଇ ଦିଆଯାଇଛି।

ଆସନ୍ତା କାଲିଠାରୁ ସକାଳ ୫ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ହେବ। ତେବେ ପୂର୍ବପରି ପ୍ରତି ଶନି ଓ ରବି ବାର ସହର ସଟଡାଉନ ହେବ ବୋଲି ସୂଚନା ମିଳିଛି।CGU new

କଟକରେ ୫୦% କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଖୋଲାଯିବ। ଏଥିସହ କୋଭିଡ୍ କଟକଣା ସର୍ତ୍ତ ସହ ସହରରେ ସପିଂ ମଲ୍ ଖୋଲିବ ବୋଲି ସିଏମସି ସୂଚନା ଦେଇଛି।

ବର୍ତ୍ତମାନ ସୁଦ୍ଧା କଟକରୁ ୯୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୭୦ ଜଣ ସୁସ୍ଥ ହୋଇଥିବାବେଳେ ୩୧୯ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ଏଥିସହ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

Comment